Odiapua.com

ବିଜେପି ସରକାରଙ୍କର ଅଭିନନ୍ଦନୀୟ ପଦକ୍ଷେପ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱ ହେତୁ ଟ୍ରିପଲ୍ ତଲାଖର ଯୁଗ ଶେଷ ହୋଇଛି – ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର ୩୧/୭ (ଓଡ଼ିଆ ପୁଅ) : ସମସ୍ତ ପ୍ରକାର ଭେଦଭାବ ପରିପୂର୍ଣ୍ଣ ସାମାଜିକ ଚଳଣୀର ବିରୋଧ କରି ଆସୁଥିବା ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ସଂସଦରେ ଗୃହୀତ ହୋଇଥିବା ଟ୍ରିପୁଲ୍ ତଲାଖ ବିଲ୍ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱକୁ ତାରିଫ କରିବା ସହ ତାଙ୍କ ନେତୃତ୍ୱର ଭୁୟସି ପ୍ରଶଂସା କରିଛି।

ପାର୍ଲିଆମେଣ୍ଟର ଉଭୟ ଗୃହରେ ଟ୍ରିପଲ୍ ତଲାଖ ବିଲ୍ ଗୃହିତ ହୋଇଥିବାରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ଅର୍ପଣ କରିଛି।

ଭୋଟ ବ୍ୟାଙ୍କ ରାଜନୀତି ହେତୁ ଏବଂ ରକ୍ଷଣଶୀଳ ମୁସଲିମ୍ ମାନଙ୍କ ପ୍ରତି ଭୟ ଥିବାରୁ ଯେଉଁ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଜବାହାରଲ୍ ନେହେରୁ ୧୯୫୨ ରୁ ୧୯୬୪ ମଧ୍ୟରେ କରିପାରି ନଥିଲେ ଏବଂ ଇନ୍ଦିରା ଗାନ୍ଧି, ରାଜିବ ଗାନ୍ଧି, ଡ଼କ୍ଟର ମନମୋହନ ସିଂ ପରି ପ୍ରଧାନମନ୍ତ୍ରୀମାନେ କରିବା ପାଇଁ ସାହାସ ଜୁଟାଇ ପାରିନଥିଲେ, ତାହା ଆଜି ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟତଃ କରି ଦେଖାଇଦେଇଛନ୍ତି। ମୁସ୍ଲିମ୍ ମହିଳା ମାନଙ୍କଙ୍କୁ “ତଲାଖ, ତଲାଖ, ତଲାଖ” ତ୍ରିବାର କହି ଯେଉଁ ସ୍ୱାମୀମାନେ ଆଜିଯାଏ ନିର୍ଯ୍ୟାତନା ଦେଇଆସୁଥିଲେ ସେମାନେ ତାହା ଯଦି ଏବେ କରନ୍ତି ତେବେ ସେମାନଙ୍କୁ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଲୋକସଭାରେ ବିଜେପି ଦଳର ନିଜସ୍ୱ ସଂଖ୍ୟାଗରିଷ୍ଠତା ରହିଛି। ମାତ୍ର ରାଜ୍ୟ ସଭାରେ ବିଜେପି ଦଳ ହାତରେ ସଂଖ୍ୟା ଗରିଷ୍ଠତା ନାହିଁ। ତଥାପି ଜୁଲାଇ ୩୦ ତାରିଖରେ ପୂର୍ବରୁ ଲୋକସଭାପରେ ଗୃହିତ ହୋଇଥିବା ବିଲ୍ ୯୯ ଭୋଟ ବଳରେ ରାଜ୍ୟ ସଭାରେ ଗୃହିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ହେତୁ ଲିଂଗଗତ ଭେଦଭାବ ଯାହା ଯୁଗଯୁଗ ଧରି “ରକ୍ଷଣଶୀଳ ମୁସ୍ଲିମ୍ ସମାଜ”ରେ ରହିଥିଲା, ତାହା ଏବେ ଦୂରୀଭୂତ ହୋଇଛି।

ଗୃହୀତ ହୋଇଥିବା “ଟି୍ରପୁଲ୍ ତାଲାଖ ବିଲ୍” ସଂଙ୍କେତ ଦେଉଛି ଯେ ଭାରତ ସଂବିଧାନର ଧାରା ୪୪ରେ ସ୍ଥାନୀତ “ୟୁନିଫର୍ମ ସିଭିଲ୍ କୋର୍ଡ଼” ଲକ୍ଷ୍ୟ ସମସ୍ତ ନାଗରିକଙ୍କୁ ନିକଟ ଭବିଷ୍ୟତରେ ପ୍ରାପ୍ତ ହେବ। ବିବାହ, ଛାଡ଼ପତ୍ର, ପୋଷ୍ୟପୁତ୍ର ଗ୍ରହଣ ଓ ସମ୍ପତ୍ତି-ଉତ୍ତରାଧିକାରିତ୍ୱ କ୍ଷେତ୍ରରେ ସାରା ଭାରତବାସୀଙ୍କ ପାଇଁ “ସମାନ ସାମାଜିକ ସଂହିତା” ଇଣ୍ଡିଆନ୍ ପେନାଲ୍ କୋର୍ଡ଼ ଢ଼ାଞ୍ଚାରେ ମିଳିବ ଏବଂ ଭାରତ ମାଟିରୁ ଅଯଥା ବୈଷମ୍ୟ ଦୂରୀଭୂତ ହେବ।

ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସଂପାଦକ ବି. ରାମଚନ୍ଦ୍ର ସିଏସ୍ଟି ଭୋଲ୍ଟେୟାର ଏକ ପ୍ରେସ୍ ବିଜ୍ଞପ୍ତିରେ ଆଶାବ୍ୟକ୍ତ ରକିଛନ୍ତି ଯେ: “ୟୁନିଫମର୍୍ ସିଭିଲ୍ କୋର୍ଡ଼” ମାଧ୍ୟମରେ ସାରା ଭାରତରେ ସାମାଜିକ ସମତା ଓ ବ୍ୟକ୍ତିମର୍ଯ୍ୟାଦାର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଦ୍ୟମ କରିବେ ଏବଂ ବିବାହ ପଦ୍ଧତିକୁ ସରଳୀକୃତ କରି ପ୍ରତି ଗ୍ରାମପଞ୍ଚାୟତରେ ଫ୍ରି-ରେଜିଷ୍ଟ୍ରେସନ୍ ଅଫ୍ ଲଭ୍ ମ୍ୟାରେଜ୍ ଅଫିସ୍ ଛିଡ଼ା କରାଇବେ। ପୁରୋହିତବିହୀନ ପ୍ରେମବିବାହ ବଳରେ ଭାରତରୁ ଜାତିପ୍ରଥା ଓ ଧର୍ମଗତ ଭେଦଭାବକୁ ହଟାଇ ଦିଆଯାଇ ପାରିବ ବୋଲି ସେ ଦୃଢ଼ ମତ ଦେଇଛନ୍ତି।

ଏ ଦିଗରେ ମୁଖ୍ୟ ବିରୋଧି ଦଳ କଂଗ୍ରେସର ତୁଙ୍ଗନେତା ରାହୁଲ୍ ଗାନ୍ଧି, ଟିଏମ୍ସି ନେତ୍ରୀ ମମତା ବାନାର୍ଜୀ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଆଦି ରାଜନେତାମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ହାତମିଳାଇବା ପାଇଁ ମିଷ୍ଟର ଭୋଲଟେୟାର ଅନୁରୋଧ କରିଛନ୍ତି।