Odiapua.com

ବିଜେପି ରେ ଦଳତ୍ୟାଗି ବିଜେଡି ନେତା ଅଲୋଡା ଦଳ ଛାଡିଲେ ପ୍ରତାପ

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଧକାଂଶ ବିଜେଡି ନେତା ଏବେ ବିଜେପିରେ ଅଲୋଡା ହୋଇ ପଡିଛନ୍ତି । ନିର୍ବାଚନ ବେଳେ ଦଳ ସେମାନଙ୍କୁ ଯେଭଳି ଗୁରୁତ୍ୱ ଦେଇ ନିଜ ଦଳକୁ ନେଇଥିଲା ନିର୍ବାଚନ ସରିଯିବା ପରେ ଏବେ ସେମାନେ ଦଳରେ ଅଲୋଡା ହୋଇ ପଡିଛନ୍ତି । ଦଳରେ ଥାଇ ମଧ୍ୟ ସେମାନଙ୍କୁ ଦଳରେ ଅନୁରୁପ ଗୁରୁତ୍ୱ ଦିଆଯାଉନଥିବା ବେଳେ ଦଳର ସାଙ୍ଗଠନିକ କାର୍ଯ୍ୟ ହେଉ ଅଥବା ନିଷ୍ପତି ହେଉ କେଉଁଥିରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉନାହିଁ ପରନ୍ତୁ ସେମାନଙ୍କୁ ଦଳରେ ଏକ ଅଦରକାରୀ ଏବଂ ତଳସ୍ତରର ନେତାଭାବେ ଗଣା ହେଉଛି । ଫଳରେ ସେମାନେ ଏହି ଦଳରେ ଆଉ ସେମାନଙ୍କୁ ନିରାପଦ ମନେ ନକରି ଦଳ ଛାଡିବାକୁ ବାଧ୍ୟ ହେଉଥିବା କଥା ନିଜର ଶହସ୍ରାଧିକ ସମର୍ଥକଙ୍କ ସହ ଦଳ ଛାଡିଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଟ ନେତା ପ୍ରତାପ ଧଳ ଅଭିଯୋଗ କରିଛନ୍ତି । ଗତ ସାଧାରଣ ନିର୍ବାଚନ ବେଳେ ନିଜ ଦଳ ବିଜେଡିରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଦଳତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ବରିଷ୍ଟ ନେତା ପ୍ରତାପ ଧଳ ଙ୍କର ବିଜେପିରେ ସାମିଲ ହେବା ଇତିମଧ୍ୟରେ ଦୁଇବର୍ଷ ବିତିଲାଣି ।

ହେଲେ ଏହି ଦୁଇବର୍ଷ ମଧ୍ୟରେ ଦଳ ତାଙ୍କୁ ସାଙ୍ଗଠନିକ କ୍ଷେତ୍ରରେ ହେଉ ଅଥବା ରାଜନୈତିକ ଥଇଥାନ କ୍ଷେତ୍ରରେ ହେଉ ତଙ୍କୁ ଅନୁରୁପ ଗୁରୁତ୍ୱ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାଇ ଏହି ଦଳ ଏବେ ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ଇଙ୍ଗିତରେ ପରିଚାଳିତ ହେଉଛି । ଦଳିୟ ନେତା ମାନେ ଦଳିୟ ସ୍ୱାର୍ଥ ଅପେକ୍ଷା ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ତେଣୁ ଏଭଳି ସ୍ଥିତିରେ ଲୋକଙ୍କ ସେବା କରିବାର ପରିକଳ୍ପନା ନେଇ ରାଜନୀତି କରୁଥିବା ତାଙ୍କ ଭଳି ଜଣେ ନେତାଙ୍କର ଦଳରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଚାନ୍ଦବାଲି ବ୍ଲକ ଯଶୀପୁର ପଂଚାୟତ ବାରାକୋଲା ଗାଁ ମୁଣ୍ଡରେ ଅନୁଷ୍ଟିତ ଏକ ସମାବେଶରେ ନିଜର ଶହସ୍ରାଧିକ ସମର୍ଥକଙ୍କ ଗହଣରେ ପ୍ରତାପ ବିଜେପି ଛାଡୁଥିବା କଥା ଘୋଷଣା କରିଛନ୍ତି । ତେବେ ବିଜେପି ଛାଡିବା ପରେ ସେ ତାଙ୍କର ମୁଳ ଦଳ ବିଜେଡିକୁ ପ୍ରତ୍ୟାବର୍ତନ କରିବେ ଅଥବା ନାହିଁ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବଶିଘ୍ର ସେ ତାଙ୍କ ନିଷ୍ପତି ଘୋଷଣା କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏଥିନେଇ ପ୍ରତାପ କୌଣସି ସ୍ପଷ୍ଟ ସୁଚନା ଦେଇନଥିଲେ ମଧ୍ୟ ଏହି ମାମଲାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଦଳିୟ ନେତା ତଥା ବିଧାୟକ ବ୍ୟମୋକେଶଙ୍କ ସବୁଜ ସଙ୍କେତ ରହିଥିବା ଚର୍ଚା ହେଉଛି । ଗତ ସାଧାରଣ ନିର୍ବାଚନ ବେଳେ ଚାନ୍ଦବାଲି ପନଂଚାୟତସମିତି ନିର୍ବାଚନ ଏବଂ ବିଜେଡି ବ୍ଲକ ସଭାପତି ମନୋନୟନ କୁ ନେଇ ବିଧାୟକ ବ୍ୟମୋକେଶଙ୍କ ସହିତ ରାଜନୈତିକ ମନାନ୍ତର ଯୋଗୁ ପ୍ରତାପ ଦଳଛାଡି ବିଜେପିରେ ଯୋଗ ଦେଇଥିଲେ । କେବଳ ପ୍ରତାପ ନୁହଁନ୍ତି ବିରୋଧି ବିଜେପି ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛନ୍ତି ବନ୍ତ ବ୍ଲକ ଅଧକ୍ଷ ଦେବେନ୍ଦ୍ର ଜେନା । ଗତ ନିର୍ବାଚନ ସମୟରେ ଦଳର ଜିଲ୍ଳା ସଭାପତି ଅର୍ଜ୍ଜୁନ ସେଠୀଙ୍କ ସହିତ ବିଜେଡି ତ୍ୟାଗକରି ବିଜେପିରେ ସାମିଲ ହୋଇଥିଲେ ।

ହେଲେ ନିର୍ବାଚନ ସରିଯିବା ପରେ କ୍ଷମତାରେ ଥାଇ ମଧ୍ୟ ଦଳରେ ସେ ଅଲୋଡା ହୋଇ ପଡିଥିଲେ । ଦିର୍ଘ୍ୟଦିନ ଧରି ପ୍ରବଳ ମାନସିକ ଚାପ ମଧ୍ୟରେ ରହି ଶେଷରେ ଗତ କିଛିଦିନ ତଳେ ନିଜର ମୁଳ ଦଳ ବିଜେଡିକୁ ଫେରି ଆସିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ନିର୍ବାଚନ ବେଳେ ଭଦ୍ରକ ଜିଲ୍ଳା ବିଜେଡି ସଭାପତି ତଥା ଦଳର ବରିଷ୍ଟ ସାଂସଦ ଅଜ୍‌ୁର୍ନ ସେଠୀ ଦଳିୟ ଅସନ୍ତୋଷର ଶିକାର ହୋଇ ଦଳଛାଡି ବିଜେପିରେ ସାମିଲ ହୋଇ ନିଜ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଟିକେଟରୁ ଭଦ୍ରକ ସଂସଦୀୟ ନିର୍ବାଚନ ଲଢାଇ ଅଳ୍ପକେ ବିଜୟରୁ ବଂଚିତ ହୋଇଥିଲେ । ଏହା ସତ୍ୱେ ମଧ୍ୟ ଯୁବନେତା ଅଭିମନ୍ୟୁଙ୍କୁ ବିଜେପିରେ ଅନୁରୁପ ଗୁରୁତ୍ୱ ଦିଆଯାଉଥିବା ଭଳି ମନେ କରାଯାଇ ପାରୁ ନାହିଁ । ଦଳ ତାଙ୍କୁ ରାଜ୍ୟ ସ୍ତରରେ ଏକ ପଦବୀଦେଇ କେବଳ ଥଇଥାନ କରିଛନ୍ତି ସତ ହେଲେ ଜିଲ୍ଲା ବିଜେପି ରାଜନୀତିରେ ସେ ସଂପୁର୍ଣ୍ଣ ଆଲୋଡା ହୋଇ ପଡିଥିବା ମନେ ହେଉଛି । କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ପୁଣି ଭଦ୍ରକ ସଂସଦୀୟ ଆସନରେ ଦଳିୟ ପ୍ରାର୍ଥି କରିବ ଅଥବା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଜଦି ଏହି ସୁଯୋଗ ନଦିଏ ତେବେ ବିଜେପିରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସଂଶୟ ସୃଷ୍ଟି ହୋଇଛି । କାରଣ ଗତ ନିର୍ବାଚନ ବେଳେ ଅଭିମନ୍ୟୁଙ୍କୁ କେନ୍ଦ୍ରିୟ ସୁପାରିସ ମୁଳେ ଏହି ଟିକେଟ ମିଳିଥିଲେ ମଧ୍ୟ ଜିଲ୍ଲା ସ୍ତରରେ କିଛି ଦଳିୟ ନେତାଙ୍କର ଏଥିପ୍ରତି ସମର୍ଥନ ନଥିଲା । ଅନ୍ୟପକ୍ଷରେ ଆଗାମୀ ପୌର,ପଂଚାୟତ ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ଦଳର ଏହି ଭଳି ଆଗଧାଡିରନେତାଙ୍କ ଦଳ ତ୍ୟାଗ ଏବଂ ମୁଳଦଳକୁ ପ୍ରତ୍ୟାବତନ ବିଜେପି ପାଇଁ ହାନିକାରକ ସାବ୍ୟସ୍ତ ହୋଇ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।