Odiapua.com

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନକୁ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

ନବରଙ୍ଗପୁର ୨୯-୯ (ଓଡ଼ିଆ ପୁଅ) ରାଷ୍ଟୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ନିମନ୍ତେ ସର୍ବମୋଟ ୧୨ ଗୋଟି ବସ୍ ଓ ୩୦ ରୁ ଉର୍ଦ୍ଧ୍ବ ଚାରିଚକିଆ ଯାନରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ କର୍ମକର୍ତ୍ତା ଯାତ୍ରା ଆରମ୍ଭ କରିଛନ୍ତି। ତନ୍ମଧ୍ୟରୁ ୪ଗୋଟି ବସ୍ ରେ ନବରଙ୍ଗପୁର ବିଧାନ ସଭା ମଣ୍ଡଳର କର୍ମକର୍ତ୍ତା ନବରଙ୍ଗପୁର ମାଁ ଭଣ୍ଡାରଘରଣୀଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଯାତ୍ରା ଆରମ୍ଭ କରିଥିବା ଜଣାଯାଏ। ବିଶେଷ ଭାବେ ଏ କାର୍ଯ୍ୟକ୍ରମ ରେ ଶକ୍ତି କେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଓ ପ୍ରଭାରୀ ସହ ଭାରତୀୟ ଜନତା ପାର୍ଟି ଜିଲ୍ଲା ନେତୃ ବୃନ୍ଦ ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀଙ୍କ ନେତୃତ୍ବରେ ଓ ଶ୍ରୀ ଦେବଦାସ ମହାଙ୍କୁଡ, ଶ୍ରୀଧର ପାତ୍ର, ଶ୍ରୀମତୀ ଶର୍ମିଷ୍ଟା ଦେଓଙ୍କ ସହଯୋଗିତାରେ ଯାତ୍ରା ଆରମ୍ଭ କରିଥିବା ପ୍ରକାଶ।