Odiapua.com

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆ ଦିଲ୍ଲୀ ୨୭-୨ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କର ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ହ୍ୟାକ ହେବା ପରେ ହ୍ୟାକର୍ ମଧ୍ୟ Sorry ଲେଖିଛନ୍ତି। ଏହି ସୂଚନା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ ହେବା ପରେ – “ସରୀ ମୋ ଆକାଉଣ୍ଟ ହ୍ୟାକ୍ ହୋଇଗଲା। ଋଷକୁ ଦାନ କରିବାକୁ ଏଠାରେ କାରଣ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି।”

ସୂଚନାଯୋଗ୍ୟଯେ, ସକାଳେ ଏକ ଟୁଇଟ୍ କରି ଜେପି ନଡ୍ଡା ଲେଖିଛନ୍ତି- “ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟର ସମସ୍ତ ୬୧ ଟି ଆସନର ଭୋଟରଙ୍କୁ ମୋର ଆବେଦନ, ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମତାଧିକାର ବ୍ୟବହାର କରିବେ ଏବଂ ରାଜ୍ୟରେ ଏକ ଶକ୍ତିଶାଳୀ ସରକାର ଗଠନ କରିବାରେ ସେମାନଙ୍କର ଭୂମିକା ଗ୍ରହଣ କରିବେ। ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ପ୍ରଥମ ଥର ଭୋଟ ଦେଉଥିବା ଭାଟରମାନଙ୍କୁ ଅନୁରୋଧ ଯେ ସେମାନେ ସେମାନଙ୍କର ମତାଧିକାର କରନ୍ତୁ।”