Odiapua.com

ବିଜେପି ରାଜ୍ୟ ପ୍ରତିନିଧ ଦଳର ବନ୍ୟାଞ୍ଚଳ ଗସ୍ତ; ବିପନ୍ନଙ୍କୁ ସହାୟତା ଦାବି

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ବନ୍ୟାବିପନ୍ନ ଅଞ୍ଚଳକୁ ବିଜେପି ରାଜ୍ୟ ପ୍ରତିନିଧିଦଳ ରବିବାର ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଗସ୍ତ କରିଛନ୍ତି । ଦଳର ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ସହ ଏହି ପ୍ରତିନିଧି ଦଳରେ ରାଜ୍ୟ ପୂର୍ବତନ ସଙ୍ଗଠନ ସମ୍ପାଦକ ଶାରଦା ଶତପଥି, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ପୃଥିରାଜ କୁଅଁର, ଆଲୋକ ସେଠୀ, ଭଦ୍ରକ ଜିଳ୍ଲା ସଭାପତି ହେମନ୍ତ ପାଢ଼ୀ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଦେଖିବା ସହ ବିପର୍ଯ୍ୟସ୍ତ ଚାଷ ଜମି ଅବସ୍ଥା ଅନୁଧ୍ୟାନ କରିଥିଳେ । କୁରିଗାଁରେ ଓ ରହଣିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ବିତରଣ କରିଥିଲେ । ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥୀକ ସହାୟତା ପ୍ରଦାନ, ଘର ଭାଙ୍ଗିଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ, କ୍ଷତିଗ୍ରସ୍ତ ଚାଷୀମାନଙ୍‌କୁ ବିକଳ୍ପ ଚାଷ ପାଇଁ ମାଗଣାରେ ସାର, ବିହନ ଆଦି ଯୋଗାଣ ପାଇଁ ବିଜେପି ପ୍ରତିନିଧି ଦଳ ଦାବି ଜଣାଇଛନ୍ତି । କଣ୍ଟିଘାଇ ଦ୍ୱାରା ବନ୍ୟାଜଳ ଆସି ଅଧିକ କ୍ଷୟକ୍ଷତି ହେଉଥିବା ଓ ଦୁଇ ଜଣଙ୍କ ଜୀବନ ହାନୀ ଘଟଣାର ପ୍ରତିନିଧି ଦଳ ସମେବେଦନା ଜଣାଇବା ସହ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି ।