Odiapua.com

ବିଜେପି ମିଶ୍ରଣ ପର୍ବ – ତିହିଡ଼ି ବ୍ଲକର ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ବିଜେପିରେ ଯୋଗଦାନ

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ ନୂଆନନ୍ଦ ପଞ୍ଚାୟତର ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଶତାଧିକ କାର୍ଯ୍ୟକର୍ତ୍ତା ଏବଂ କର୍ମୀ ବିଧାୟକଙ୍କ ବାସଭବନରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ବୁଦ୍ଧଦେବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଧାମନଗରର ଲୋକପ୍ରିୟ ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଜେପି ଦଳରେ ଯୋଗଦାନ କରାଇବା ସହ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଯୋଗଦେଇଥିବା ପ୍ରମୁଖ ନେତୃତ୍ୱ ମାନେ ହେଲେ ଉମାକାନ୍ତ ମହାପାତ୍ର, ମନୋରଂଜନ ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ରଘୁନାଥ ମଳିକ, ଗୟାଧର ପୃଷ୍ଟି, କମଳାକାନ୍ତ ପୃଷ୍ଟି, ସୁକାନ୍ତ ସାହୁ, ଅକ୍ଷୟ ମୁଦୁଲି, ଅନିରୁଦ୍ଧ ପୃଷ୍ଟି, ଗଣେଶ ମହାଳିକ, ଗଙ୍ଗାଧର ଜେନା, ଶକ୍ତିଶିବ ଦାସ, ରାଜେଶ ନାୟକ ଏବଂ ବିଲଣକ୍ଷ ପଞ୍ଚାୟତରୁ ବିପିନ ବିହାରୀ ମଳିକ, ଜଗବନ୍ଧୁ ମଳିକ, ବିକ୍ରମ ମଳିକ, କନକଲତା ମଳିକ, ବସୁଦେବ ମଳିକ ପ୍ରମୁଖ। ଏହି ମିଶ୍ରଣପର୍ବରେ ମଣ୍ଡଳ ସଭାପତି ତପନ ପାଢ଼ୀ, ସୁଧାଂଶୁ ପାଣିଗ୍ରାହୀ, ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ, ଦେବେନ୍ଦ୍ର ପୁହାଣ, ୭ ନମ୍ବର ଜୋନର ବିଜେପି ପ୍ରାର୍ଥୀନୀ ସୂଚିସ୍ମିତା ପୁହାଣ, ଜିଲ୍ଲା ସାଧାରଣ ସମ୍ପାଦକ ମନୋରଂଜନ ମଲ୍ଲିକ, ନୂଆନନ୍ଦ ପଞ୍ଚାୟତର ବରିଷ୍ଠ ବିଜେପି ନେତା ଭାଗିରଥୀ ବୟାରୀ, କରୁଣାକର ମଳିକ ପ୍ରମୁଖ ଯୋଗ ଦେଇଥିଲେ।