Odiapua.com

ବିଜେପି ଭଦ୍ରକ ଜିଲା ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ କରୋନା ମୁକାବିଲା କରିବା ପାଇଁ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ସାରା ଦେଶ କଥା ଚିନ୍ତା କରୁଥିବା ସମୟରେ ଆମର ରାଜ୍ୟ ଓଡ଼ିଶାକୁ ଆଧିକ ପ୍ରାଧାନ୍ୟ ଦେଇଛନ୍ତି । ଆମ ଭଦ୍ରକ ଜିଲ୍ଲାରେ ଏକ ଅମ୍ଳଜାନ ପ୍ଲାଣ୍ଟ କରିବା ପାଇଁ ଭାରତ ସରାକର ଅନୁମତି ଦେଇଥିବାରୁ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତିନ ଗଡକରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସାରା ଭାରତ ବର୍ଷର ପ୍ରାୟ ୮୦ କୋଟି ଲୋକଙ୍କୁ ଦୁଇ ମାସ ପାଇଁ ମାଗଣା ରାସନ ଯୋଗାଣ, କରୋନା ଟୀକା ଏବଂ ଆମ ରାଜ୍ୟକୁ ଆମାଗୀ ୩୩୪ କୋଟି ଟଙ୍କା ଗ୍ରାମାଞ୍ଚଳରେ କରୋନା ମୁକାବିଲା ଦେଇଥିବାରୁ ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ, ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ଚାନ୍ଦବାଲି ବିଧାନସଭା ନେତା ମନମୋହନ ସାମଲ, ଭଦ୍ରକ ବିଧାନସଭାର ନେତା ଡା. ପ୍ରଦିପ ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ବାସୁଦେବପୁର ବିଧାନସଭା ନେତା ମାଧବାନନ୍ଦ ମଲ୍ଳିକ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ମନୋଜ ମଲ୍ଳିକ, ଜିଲ୍ଲାର ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଦାସ, ସମସ୍ତ ମଣ୍ଡଳ ସଭାପତି, ଭଦ୍ରକର ସମସ୍ତ ଭାଜପା କର୍ମୀ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ପ୍ରତି କେନ୍ଦ୍ର ସରକାରଙ୍କର ଆହୁରି ସଦୟ ଦୃଷ୍ଟି ରହିବ ଏବଂ ଜିଲ୍ଳାରେ ଏକ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ଆଶା ପ୍ରକଟ କରିଛନ୍ତି ।