Odiapua.com

ବିଜେପି ବଳଦେବଜୀଉ ମଣ୍ଡଳ ପ୍ରଶିକ୍ଷଣ ବର୍ଗ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭାରତୀୟ ଜନତା ପାର୍ଟି ବଳଦେବ ଜୀୟୁ ମଣ୍ଡଳ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ କାର୍ଯ୍ୟକ୍ରମ ବର୍ଗ, ଜିଲ୍ଲା କାର୍ଯ୍ୟାଳୟଠାରେ ଏପ୍ରିଲ ୧୦ ରୁ ୧୧ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଦୁଇଦିନିଆ ପ୍ରଶିକ୍ଷଣ ବର୍ଗକୁ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ପରେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁଙ୍କ ଅଧ୍ୟକ୍ଷତାରେ ଆଗେଇ ଥିଲା। ଏଥିରେ ବିଭିନ୍ନ ସତ୍ରରେ ଡା. ସୁଧାଂଶୁ ନାୟକ, ତପନ ମହାନ୍ତି, ତପସ୍ୱିନୀ ମହାପାତ୍ର, ଅମୂଲ୍ୟ ନାୟକ, ଅମ୍ବିକା ଦାସ, ବାଦଲ ପଣ୍ଡା ଓ ରଞ୍ଜିତା ସ୍ୱାଇଁ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ମଣ୍ଡଳ ସଭାପତି ରଞ୍ଜନ ପରିଡ଼ା, ଶ୍ରୀଧର ସ୍ୱାଇଁ, ଅବିନାଶ ନାୟକ, ରାକେଶ ସାମଲ, ସୁରଜ ଦାସ ଆଦି ସତ୍ର ସଂଚାଳନ କରିଥିଲେ। ମଣ୍ଡଳ ପ୍ରଭାରୀ କିଶୋର କିଙ୍କର ପଢ଼ିଆରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶତାଧିକ ସ୍ଥିରିକୃତ କାର୍ଯ୍ୟକର୍ତା ଭାଗ ନେଇଥିଲେ।