Odiapua.com

ବିଜେପି ବଞ୍ଚୋ ମଣ୍ଡଳ ପକ୍ଷରୁ ପ୍ରଶିକ୍ଷଣ ଶିବିର

ହାଟଡିହି-୨୩ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ମଣ୍ଡଳ ପକ୍ଷରୁ ବଡରମ୍ପାସ ଠାରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ପୁର୍ବତନ ସାଂସଦ ଅନନ୍ତ ନାୟକ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ରାଷ୍ଟ୍ରୀୟ କିସାନ ମୋର୍ଚ୍ଚାର ଉପାଧ୍ୟକ୍ଷ ମହେଶ୍ୱର ସାହୁ, କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର , ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୁମତୀ ଯେନା, ବିଶ୍ୱହିନ୍ଦୁ ପରିଷଦର ପୁର୍ବ ଜିଲ୍ଲା ପ୍ରମୁଖ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ଭାରତମାତାର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିଲେ । ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ଜେନା ମଞ୍ଚ ସଂଯୋଜନା କରିଥିଲେ । ଉଦଘାଟନୀ ଶିବିରରେ ଅନନ୍ତ ନାୟକ, ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ଅମରବର ଖଟୁଆ, ଭଗବାନ ସାହୁ ପ୍ରମୁଖ ଶିବିରାରô୍ଥ ମାନଙ୍କୁ ବୌଦ୍ଧିକପତ୍ର ପ୍ରଦାନ କରିଥିଲେ । ଏହି ଶିବିରରେ ଧନେଶ୍ୱର ରାଉତ, ଗୋପାଳ ସେଠୀ, ପବିତ୍ର ଯେନା, ବିଜୟ ଯେନା, ନାରାୟଣ ଜେନା, ରମେଶ ଜେନା, ଗୌରାଙ୍ଗ ବେହେରା, ଆଶିଷ ଜେନା, ମିନୁଲତା ଯେନା, ଦୁର୍ଗା ଯେନା, ବେଣୁଧର ଜେନା, ଶଶିକଳା ଦାସ, ପଦ୍ମନାଭ ଯେନା, ଲକ୍ଷ୍ମୀଧର ବେହେରା, ସନାତନ ସେଠୀ,ବାବାଜି ଜେନା, ମଙ୍ଗୁଆ ଯେନା, ବ୍ରଜ ଯେଜନା, ବାଇଧର ଶଙ୍ଖୁଆଙ୍କ ସମେତ ୧୫୦ରୁ ଉର୍ଦ୍ଧ ଶିବରାରô୍ଥ ଅଂଶ ଗଅହଣ କରିଥିଲେ । ଚିନ୍ତାମଣୀ ଓଝା, ହେମନ୍ତ ପେରେଇ, ଗୋପାଳକୃଷ୍ଣ ସେନାପତି, ମାନସ ଜେନା, ସନ୍ତୋଷ ପରିଡା, ସୁଭାଦ୍ରୀ ବଳିୟାର ସିଂ, ସୁକାନ୍ତି ସେନାପତି, ଦିପ୍ତୀମୟୀ ଖୁଣ୍ଟିଆ, କୁମୁଦୁନି ପେରେଇ, ନିରୁପମା ଜେନା, ମଧୁସୁଦନ ରାଉତ, ଦେବବ୍ରତ ନାୟକ, ସନ୍ତୋଷ ପରିଡା ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।