Odiapua.com

ବିଜେପି ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ପିପିଲି-ଡେଲାଙ୍ଗବାସୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

ଭୁବନେଶ୍ୱର ୦୩/୧୦ (ଓଡ଼ିଆ ପୁଅ) : ପିପିଲି-ଡେଲାଙ୍ଗ ଉପ ନିର୍ବାଚନର ଜନାଦେଶକୁ ସମ୍ମାନ ଜଣାଇବା ସହ ବିଜେପି ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି।

ଶାସକ ଦଳ ସପକ୍ଷରେ ଜନାଦେଶ ଯିବା ସତ୍ୱେ ନିର୍ବାଚନ ଫଳାଫଳରୁ ରାଜ୍ୟ ସରକାରଙ୍କ ପ୍ରତି ବହୁ ମାତ୍ରାରେ ଜନଅସନ୍ତୋଷ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ୨୦୧୯ ମସିହା ସାଧାରଣ ନିର୍ବାଚନଠାରୁ ଅଧିକ ଭୋଟ ଦେଇ ଆମ ଦାୟୀତ୍ୱକୁ ବୃଦ୍ଧି କରିଥିବା ପିପିଲି-ଡେଲାଙ୍ଗବାସୀଙ୍କ ସ୍ୱାର୍ଥ ପାଇଁ ଦାୟୀତ୍ୱର ସହ କାର୍ଯ୍ୟ ନିର୍ବାହ କରିବୁ। ଏଥି ସହ ଅଂଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଲଢେଇ ଜାରୀ ରଖିବା ସହ ତାଙ୍କର ସ୍ୱାର୍ଥ ଓ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବୁ। ପିପିଲି-ଡେଲାଙ୍ଗ ଅଂଚଳର ସାମୁହିକ ବିକାଶ ଆମର ପ୍ରାଥମିକତା ବୋଲି ଶ୍ରୀ ମହାନ୍ତି କହିଛନ୍ତି।