Odiapua.com

ବିଜେପି ପାଳିଲା ଶ୍ୟାମା ପ୍ରସାଦଙ୍କ ବଳିଦାନ ଦିବସ

ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ମହାନ ଶିକ୍ଷାବିତ୍, ପ୍ରଖ୍ୟାତ ରାଷ୍ଟ୍ରବାଦୀ ବିଚାରକ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ଼ା.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସମେତ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ନିରଞ୍ଜନ ମିଶ୍ର, ଜଗନ୍ନାଥ ପ୍ରଧାନ, ସନ୍ତୋଷ ଜେନା, ପୂର୍ଣ୍ଣଞ୍ଜନ ପାଢ଼ୀ, ଅଶୋକ ସେଠି, ଗୋଦାବରୀଶ ପାତ୍ର, ସଦାଶିବ ଜେନା, ଅମୀୟ କୁମାର ଦାସ, ନିରଞ୍ଜନ ସାହୁ, ସୁଜିତ ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଜୟନ୍ତୀ କର, ପଦ୍ମଜା ଦେବତା, ସୁନିତା ପତି, ମମତା ଦାସଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।