Odiapua.com

ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ

କଟକ,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ବିଜେପି ପକ୍ଷରୁ ସାରା ଦେଶରେ ଏହାକୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥାପୂର୍ବ ତନ ବିଧାୟକ ପାର୍ଥି ବିଜୟ କୁମାର ଦଳ ବେହେରାଙ୍କ ନେତୃତ୍ୱରେ ଏହି ସେବା ସପ୍ତାହ ପାଳନ କରାଯାଇଛି ।ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ମହାଳିକ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ନିରୋଜ ବାରିକ,ମହିଳା ମୋର୍ଚ୍ଚା ସଭାପତି ମଧୁସ୍ମିତା ରନଣାଙ୍କ ସମେତ ବଡମ୍ବା-ନରସିଂହପୁର ବିଜେପି ପକ୍ଷରୁ କଟକ ଜିଲ୍ଲା ନରସିଂହପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କୁ ଶ୍ରୀ ଦଳ ବେହେରା ଫଳ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପଚାରିବୁଝିଥିଲେ ଏବଂ ସେମାନଙ୍କ ଆରୋଗ୍ୟ କାମନା କରିଥିଲେ ।