Odiapua.com

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଭାରତୀୟ ଜନତାପାର୍ଟି ପକ୍ଷରୁ ଆଜି ବିଭିନ୍ନ ପଞ୍ଚାୟତର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ହାଟଡିହି ବିଜେପି କାର୍ଯ୍ୟାଳୟ ପରିସରରେ ବାଉଁଶଗଡ, କଣ୍ଟିପାଳ ଓ ଶାସଙ୍ଗ ପଞ୍ଚାୟତର ବିଭିନ୍ନ ଗାଁରୁ ଆସିଥିବା ୧୦୬ ପରିବାରକୁ ଚୁଡା, ଚିନି, ବିସ୍କୁଟ, ଦିଆସିଲି, ଅମୁଲ, ଚାହା, ମହମବତୀ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସୁଶାନ୍ତ ଜେନା, କୃଷକମୋର୍ଚ୍ଚା ସାଧାରଣ ସମ୍ପାଦକ ହରମୋହନ ଶାସିନି, ମଣ୍ଡଳ ସଭାପତି ଟୁକୁନା ମହାନ୍ତ, କୈଳାଶ ସାମଲ, ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର, ହେମନ୍ତ ମହାନ୍ତ, ଅନାଦି ସାହୁ, ପ୍ରହଲାଦ ପ୍ରଭାସିନୀ ନାୟକ, ଓବିସି ମୋର୍ଚ୍ଚାର ଜିଲ୍ଲା ଉପସଭାପତି ମଧୁସୁଦନ ରାଉତ, ଜିଲ୍ଲା ଏସଟି ମୋର୍ଚ୍ଚାର ସମ୍ପାଦକ ନିର୍ମଳ ଦେହୁରୀ, ଏସ.ସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁକାନ୍ତ ଯେନା, ସନ୍ୟାସୀ ପାତ୍ର, ଶଙ୍ଖାଳି ନାୟକ ପ୍ରୟମୁଖ ଉପସ୍ଥିତ ଥିଲେ ।