Odiapua.com

ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଆଜି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ସିଂହଦ୍ୱାର ଓ ସରଧାବାଲି ମଣ୍ଡଳର କର୍ମକର୍ତ୍ତା ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ବିଜେପି ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବନେତା ଭବାନୀ ଦାଶ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ବିଜେପି ଦଳକୁ ସୁଦୃଢ଼ କରିବା ସହିତ ଦଳିୟ କର୍ମକର୍ତ୍ତାମାନେ କିଭଳି ଲୋକାଭିମୁଖି କାର୍ଯ୍ୟ କରିପାରିବେ ସେନେଇ ଏହି ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି।