Odiapua.com

ବିଜେପି ପକ୍ଷରୁ ବିଶ୍ୱ ଯୋଗଦିବସ ପାଳନ

ହାଟଡ଼ିହି-୨୧ / ୬ ,(ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶ୍ୱ ଯୋଗ ଦିବସ ଅବସରରେ ହାଟଡିହି ବ୍ଲକ ସମସ୍ତ ସାଂଗଠନକି ମଣ୍ଡଳରେ ବିଜେପି ପକ୍ଷରୁ ଯୋଗଦିବସ ପାଳନ ହୋଇଯାଇଛି । ହାଟଡିହି ମଣ୍ଡଳ ପକ୍ଷରୁ ଅଣାଧୂନୀ ମଠଠାରେ ଅନୁଷ୍ଠିତ ଏହି ଯୋଗଦିବସ ପାଳନରେ ଆଲୋକ ସେଠୀ, ସ୍ୱାମୀ ଜ୍ଞାନାନନ୍ଦ ଗିରି, ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ତତ୍ୱାବଧାନରେ କୈଳାଶ ସାମଲ, ଶଶିକାନ୍ତ ରାଉତ, ସୁଶାନ୍ତ ଜେନା, ହରମୋହନ ଶାସିନି, ଦଶରଥ ଜେନା ପ୍ରମୁଖ ଯୋଗଦେଇ ମଣିଷ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଟିକି କିସ୍କୁ, ବଳଭଦ୍ର ବାରିକ, ପିନାକୀ ଜେନା, ଜଗା ଦେବତା, ଦିନବନ୍ଧୁ ମହାନ୍ତି, ରାଜେଶ ସେଠୀ, ଦିପ୍ତୀ ଖୁଣ୍ଟିଆ, ଆଲୋକ ଦାସ, ହରେକୃଷ୍ଣ ସ୍ୱାଇଁ, ଧନେଶ୍ୱର ରାଉତ, ସୁଭାଦ୍ରୀ ବଳିୟାର ସିଂ, ଅଭିନ୍ନ ରାଉଳ, ଅଜୟ ଜେନାଙ୍କ ସଂଯୋଜନାରେ ବଞ୍ଚୋ ମଣ୍ଡଳ, ଶାଳଣିଆଁ ମଣ୍ଡଳ, ବାଲିବରେଇ ମଣ୍ଡଳର ବିଭିନ୍ନ ସ୍ଥାନରେ ଏହି ଯୋଗ ଦିବସ ପାଳନ କରାଯିବା ସହିତ ଯୋଗ ଦ୍ୱାରା ମଣିଷ କିପରି ସୁସ୍ଥ ରହିବ ତାହା ଉପରେ ଆଲୋକପାତ କରାଯିବା ସହିତ ଯୋଗାଭ୍ୟାସ ଶିକ୍ଷା ଦିଆଯାଇଥିଲା ।