Odiapua.com

ବିଜେପି ପକ୍ଷରୁ ବନ୍ଧୁମିଳନ ଓ ମିଶ୍ରଣ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ଗ୍ରାମପଞ୍ଚାୟତସ୍ତରୀୟ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ଦାସଙ୍କ ନେତୃତ୍ୱରେ ଓ ପଞ୍ଚାୟତ ସଭାପତି ବଳରାମ ରାଉତଙ୍କ ସଭାପତିତ୍ୱରେ ଗୁଣୁପୁର ଗ୍ରାମ୍ୟ ଜଙ୍ଗଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଯୋଗଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ରର ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ଯୁବମୋର୍ଚ୍ଚ ସଭାପତି ସୁରେଶ ସାମଲ, ଅକ୍ଷୟ ମହାନ୍ତି, ରୁକ୍ମିଣୀ ଦାସ, ଜୟସ୍ମୀତା ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟ ଦଳ ପରିତ୍ୟାଗ କରି ନିର୍ମଳ ପ୍ରଧାନ, ମହେନ୍ଦ୍ର ଧଳ, ପ୍ରଶାନ୍ତ ଧଳ, ଅନନ୍ତ ରାଉତ, ରଞ୍ଜନ ସେଠୀ, ପ୍ରକାଶ ଜେନା, କାଳନ୍ଦୀ ସାହାଣୀ, ଭାସ୍କର ବାରିକ, ଭଗବାନ ରାଉତ, ଦିବାକର ବାରିକ, ଉଦୟଭାନୁ ଦାସ, ହୃଷିକେଶ ଜେନା, ନକୁଳ ଜେନା, ପାଣ୍ଡବ ଜେନା, ଅପୂର୍ବ ରଞ୍ଜନ ଜେନା, ତପନ ଜେନା, ରମାକାନ୍ତ ସାମଲଙ୍କ ସମେତ ବହୁ କର୍ମୀ ମୋଦିଙ୍କ ଆଦର୍ଶକୁ ଗ୍ରହଣ କରି ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ପଞ୍ଚାୟତର ମହିଳା ସଂଘ ସଭାନେତ୍ରୀ ସମ୍ପାଦିକାମାନଙ୍କୁ କରୋନା ଯୋଦ୍ଦା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।