ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ବଳଦେବଜୀଉ ମଣ୍ଡଳ ଆନୁକୂଲ୍ୟରେ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଗିରିଶ ସାମଲ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ନିର୍ମଳ କର, ଅଜୟ ରାଉତ, ପ୍ରକାଶ ମହାପାତ୍ର, ଭୀମସେନ ନାୟକ, ଅମୂଲ୍ୟ କୁମାର ସେଠୀ ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ ଅପାରଗତା ସମ୍ପର୍କରେ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ପୂର୍ବତନ ସମିତି ସଦସ୍ୟ ତଥା ମାଳଦା ସେବା ସମବାୟ ସମିତି ସଭାପତି ନୃସିଂହ ଚରଣ ଖିଲାର, ସୁରେନ୍ଦ୍ର ନନ୍ଦ, ଗୌରାଙ୍ଗ ଜେନା, ସୁନନ୍ଦ ଜେନା, ଶିବପ୍ରସାଦ ମହାପାତ୍ର, କମଳାକାନ୍ତ ନାୟକ, ଅଧର ଜେନା, ପରୀକ୍ଷିତ ପଣ୍ଡା, ଜିତେନ୍ଦ୍ର ନାୟକ, ବଳରାମ ସାହାଣୀ, ଅଶୋକ ଜେନା, ନୀଳମଣି ପରିଡା, ଶରତ ସାହୁ, କୁଶଳେଶ୍ୱର ନାଥ, ରଞ୍ଜନ ଦାସ, ରଞ୍ଜନ ବେହେରା, ସଞ୍ଜୟ ରାଉତ, ସୁକାନ୍ତ ସାହୁ ପ୍ରମୁଖ ଦଳର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରି ଯୋଗଦେଇଥିଲେ । ଦଳ ପକ୍ଷରୁ ନମାଗତଭ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା ।