Odiapua.com

ବିଜେପି ପକ୍ଷରୁ ଦଳିତ ସମାବେଶ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ବଉଳଡିହ ଦଳିତ ବସ୍ତିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୋଦି ସରକାରଙ୍କ ୮ବର୍ଷ ପୁର୍ତ୍ତି ଉପଲକ୍ଷେ ଦଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦଳର ମଣ୍ଡଳ ସଂଯୋଜକ ଶ୍ରୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଦଳର ନିର୍ବାଚନମଣ୍ଡଳୀନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଅତିଥି ଭାବେ ଯୋଗଦେଇ ଦଳିତମାନଙ୍କ ଉନ୍ନତିକଳ୍ପେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନରେ ରାସନ ସାମଗ୍ରୀ ବିତରଣ, ସାମାଜିକ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ଶିକ୍ଷା ଯୋଜନା, ସ୍ୱାବଲମ୍ବିଶୀଳତା ପାଇଁ ଋଣ ଯୋଜନା ଆଦି ସମ୍ପର୍କରେ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ନେତା ପ୍ରଦ୍ୟୁମ୍ନ ସେନାପତି, ସ୍ୱରାଜ ମହାପାତ୍ର, ତରଣୀକାନ୍ତ ଜେନା, ରବିନାରାୟଣ ମହାପାତ୍ର, ପ୍ରଢ଼ୁଲ୍ଲ ବାରିକ, ନଟବର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଦଶରଥ ମଳିକ, କେଦାର ସାହୁ, ଦେବ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।