ଭୁବନେଶ୍ୱର/ଯାଜପୁର୨୭ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ଆତ୍ମହତ୍ୟା ମାମଲା କୁ ନେଇ ବିରୋଧି ଦଳ ପକ୍ଷରୁ ଜିଲ୍ଲା ବନ୍ଦ ସହ ଏସପି ଅଫିସ ଘେରାଉ କାର୍ୟ୍ୟକ୍ରମ ପରେ ଆଜି ବିଜେପି ପକ୍ଷରୁ ସ୍ମିତାରାଣୀଙ୍କ ଚରିତ୍ର ସଂହାର ଓ ତଦନ୍ତରେ ଅବହେଳା ଅଭିଯୋଗରେ ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ବିରୁଦ୍ଧରେ କୋରାଇ ଓ ପାଣିକୋଇଲି ଥାନା ସହ ଜିଲ୍ଲାର ସମସ୍ତ ଥାନାରେଏତଲା ଦିଆଯାଇଛି । ଶାସକ ଦଳ ଓ ରାମକୋ ସିମେଂଟ ଅଧିକାରୀଙ୍କୁ ଖସାଇବାକୁ ଯାଇ ମୃତ ସ୍ମିତାରାଣୀର ସ୍ୱାମୀଙ୍କୁ ଜେରା କରୁଛି । ଏସପିଙ୍କ ବିରୁଧ୍ଧରେ ଫୌଜଦାରୀ ମାମଲା ରୁଜ୍ଜୁ କରିବାକୁ ଦାବି କରାଯାଇଛି । ବିଶ୍ୱଜିତ ନାୟକ, ପ୍ରମୋଦ ନାୟକ, ବିକ୍ରମ ବିଶ୍ୱାଳ,ପ୍ରକାଶ ଧଳ, ଜୟନ୍ତୀ ସାହୁ, ଗଭିନ ଦଳେଇ, ଶଶିଭୂଷଣ ସେନାପତି, ଦିଗମ୍ବର ନାୟକ, ପ୍ରତାପ ଦାସଙ୍କ ସମେତ ୫୦ରୁ ଉର୍ଦ୍ଦ କର୍ମି ଯୋଗଦେଇଥିଲେ ।