Odiapua.com

ବିଜେପି ପକ୍ଷରୁ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତରେ ମିଶ୍ରଣ ପର୍ବ

ତିର୍ତ୍ତୋଲ, ୧୩/୧୦(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତରେ ବିଜପେି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜକିଶୋର ବେହେରା ଟିକେଟ୍ ପାଇବାପରେ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଥମେ ଏହି ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ବେଲବଣ ମଠରେ ପହଞ୍ଚି କର୍ମୀମାନଙ୍କ ସହିତ ସାକ୍ଷାତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଅନ୍ୟଦଳରୁ ଆସି ବିଜେପିରେ ଯୋଗଦେଇଥିଲେ। ଏହି କର୍ମୀ ସମ୍ମିଳନି ତଥା ମିଶ୍ରଣ ପର୍ବରେ ବିଜେପିର ଭୃଗୁବକ୍ସି ପାତ୍ର, ମଣ୍ଡଳ ସଭାପତି ଦିଲ୍ଲିପ ମହାନ୍ତି, ସାଧାରଣ ସମ୍ପାଦକ ବିଜୟ ଦାଶ, ଇଂ ହରିହର ବେହେରା, ଯୁବସଂଗଠକ ଜ୍ୟୋତି ରଞ୍ଜନ ସାହୁ, ନାରିନେତ୍ରୀ ଦାଇଁଲୋ ମଣ୍ଡଳ ସହପ୍ରଭାରି ଯାଜ୍ଞ୍ୟସେନୀ ଜେନା, ନମିତା ସେନାପତି, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଅଶୋକ କୁମାର ମହାନ୍ତି, ବିରଜାମୋନ ମହାପାତ୍ର, ସୁବୋଧ ବାରିକ୍‌, ଳସୁଧିର ପଣ୍ଡା, ଜାଫର ବେଗ୍‌, ପ୍ରଭାରି ଭକ୍ତ ଚରଣ ସ୍ୱାଇଁ, କିଶୋର କୁମାର ରାଉତ, ରିଷି କୁମାର ରାଉତ, ମନୋରଞ୍ଜନ ଦାସ ପ୍ରମୁଖ ନେତାମାନେ ଯୋଗତେଇଥିଲେ। ମିଶ୍ରଣରେ ଦୁଷ୍ମନ୍ତ ସାହୁ, ଲଲାଟେନ୍ଦୁ ମହାପାତ୍ର, ଆଶୁତୋଷ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ବିଶ୍ୱଜିତ ପରିଜା, ଲିଙ୍କନ ସାହୁ, ସୁଶାନ୍ତ ବେହେରା, ଅମରେଶ ବେହେରା, ସନାତନ କୁମାର ବେହେରା, ସୁନାକର ବେହେରା, ମନୋଜ ସାହୁ, ବିପ୍ଳବ ବିଜୟ ପାଣି, ଲିପୁ ଦାସ, ହୁନରି ସାହୁ, ପ୍ରଶାନ୍ତ ମହାପାତ୍ର, ନାରାୟଣ ଚନ୍ଦ୍ର ବେହେରା, ଅଭୟ ଚନ୍ଦ୍ର ସାହୁ, ସୁବାଷ ମହାପାତ୍ର, ଦିଲିପ ବରାଳ, ହରପ୍ରସାଦ ଦାସ ସମେତ ୪୦ ରୁ ଉର୍ଦ୍ଧ ଲୋକ ବିଜେପିରେ ସାମିଲି ହୋଇଥିଲେ।