ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଗ୍ରାମର ଇତିପୁଷ୍ପା କରଙ୍କୁ ଶନିବାର ଅପରାହ୍ନରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ସ୍ୱୟଂ ଶାସିତ କଲେଜ ଅର୍ଥନୀତି ସ୍ନାତକୋତରରେ ଇତିପୁଷ୍ପା ଟପ୍ପର ହୋଇଥିବାରୁ ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ତିହିଡି଼ ଗ୍ରାମର ଜୟନ୍ତୀ କର ଓ ଅକ୍ଷୟ କରଙ୍କ ଝିଅ ଇତିପୁଷ୍ପା ମୋଟ ୨ହଜାରରୁ ୧୫୨୨ନମ୍ବର ରଖି ଟପ୍ପର ହେଇ ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଂଚ ଶୁଭ୍ର ନାରାୟଣ ସେଠୀ, ପ୍ରଦୀପ ବଳ, ସମିତି ସଭ୍ୟ ଶୁକଦେବ ମଲିକ,ଭାଜପା ସାହାଡ଼ାଶୁଣି ମଣ୍ଡଳ ସଭାପତି କେଶବ ବେହେରା କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ଭାଜପା ନେତା ରାଜକିଶୋର ନାୟକ, ପ୍ରତାପ ଜେନା, ତପୁନ ପାଣି, ଗଣେଶ କର, ଶିବ ପ୍ରସାଦ ନାଥ, ଭାଗିରଥି ଆଚାର୍ଯ୍ୟ, ଦେବବ୍ରତ ପାଢ଼ୀ, ଜୟପ୍ରକାଶ ବେହେରା, ଦେବେନ୍ଦ୍ର ମହାନ୍ତି, ସୁରେଶ ପାତ୍ର , ଦୟାନିଧି ସାହୁ,ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ତିହିଡି଼ ଡିଗ୍ରୀ କଲେଜରେ ଇତିପୁଷ୍ପା ଅର୍ଥନୀତିରେ ମଧ୍ୟ ଟପ୍ପର ହୋଇଥିଲେ । ସେ ଅର୍ଥନୀତିରେ ଭବିଷ୍ୟତରେ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଛନ୍ତି।