ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ଚାକିରି କରାଇଦେବାକୁ କହି ଜଣେ ବିଜେପି ନେତା କିଛି ଯୁବକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ବିଜେପିର ସମ୍ପାଦକ ଥିବା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଚାକିରି କରାଇଦେବାକୁ କହି ଶାଳବଣି ଗ୍ରାମର ମହେଶ୍ୱର ସାହୁଙ୍କ ଠାରୁ ୨୦୧୯ ମସିହାରେ ୪୦ହଜାର ଟଙ୍କା ନେଇ ଆଉ ଧରାଛୁଆଁ ଦେଉ ନଥିବା ଶ୍ରୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ଥାନା ଅଧିକାରୀ ଅଭିଯୋଗର ତଦନ୍ତ କରୁଥିବା କହିଛନ୍ତି । କିନ୍ତୁ ଏପରି ଅଭିଯୋଗକୁ ବିଜେପି ନେତା ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଖଣ୍ଡନ କରିବା ସହିତ ତାଙ୍କ ନାମରେ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିବା ସହ ପୁଲିସ ଅଭିଯୋଗର ତଦନ୍ତ କରୁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କରିଛନ୍ତି ।