Odiapua.com

ବିଜେପି ଜନସଂର୍ପକ ଅଭିଯାନ କାର୍ଯ୍ୟକ୍ରମ : ରାଜ୍ୟର ଦୁଇ ସାହିତ୍ୟିକଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଲେ ବିଜେପି ନେତୃବୃନ୍ଦ

ଭୁବନେଶ୍ୱର ୨୨/୦୯ (ଓଡ଼ିଆ ପୁଅ) : ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି। ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ। ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଂଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି। ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି।

ଏହି ଅବସରରେ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରସିଦ୍ଧ ଲେଖକ, କବି, ଜ୍ଞାନପୀଠ ଓ ଶାରଳା ପୁରସ୍କାରପ୍ରାପ୍ତ ପଦ୍ମବିଭୁଷଣ ସୀତାକାନ୍ତ ମହାପାତ୍ରଙ୍କୁ ଭେଟି ଧାରା ୩୭୦ ଉଚ୍ଛେଦ ସଂର୍ପକରେ ଅବଗତ କରିବା ସହ ସେ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରିଥଲେ।

ସେହିପରି ପ୍ରସିଦ୍ଧ ଲେଖକ ଓ ସମ୍ଭକାର ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କୁ ଭେଟି ଧାରା ୩୭୦ ଉଚ୍ଛେଦ ସଂର୍ପକରେ ଶ୍ରୀ ପଣ୍ଡା ଓ ଡ. ସାମନ୍ତସିଂହାର ଅବଗତ କରାଇବା ସହ ବର୍ତମାନର କାଶ୍ମିର ପରସ୍ଥିତି ସଂର୍ପକରେ ଆଲୋଚନା କରିଥିଲେ।