Odiapua.com

ବିଜେପି ଜନସଂର୍ପକ ଅଭିଯାନ କାର୍ଯ୍ୟକ୍ରମ : ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଲେ ବିଜେପି ନେତୃବୃନ୍ଦ

ଭୁବନେଶ୍ୱର, ତା.୨୮/୦୯ (ଓଡ଼ିଆ ପୁଅ) : ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି। ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ। ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଂଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି। ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ ଏବଂ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଛନ୍ତି। ଶ୍ରୀ ସିଂଦଦେଓ ଏବଂ ଶ୍ରୀ ମହାନ୍ତି, ଅବସରପ୍ରାପ୍ତ ମେଜର ଜେନେରାଲ କେ.ପି ଧଳସାମନ୍ତଙ୍କୁ ଭେଟି ଏହି ଦୁଇ ଧାରା ଉଚ୍ଛେଦ ନେଇ ଆଲୋଚନା କରିବା ସହ ସେ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରିଥଲେ।

ସେହିପରି ଓଡିଶା ବାର କାଉନସିଲର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସଭାପତି ସତପାଳ ସିଂହ, ସି.ଭି ରମଣ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଇଂ ସଂଜୀବ ରାଉତଙ୍କୁ ଉଭୟ ନେତୃବୃନ୍ଦ ଭେଟି ଧାରା ଉଚ୍ଛେଦ ପରେ ଜାମ୍ମ୍ୁ କାଶ୍ମିରର ସାଂପ୍ରତିକ ସ୍ଥିତି ସଂର୍ପକରେ ଆଲୋଚନା କରିଥିଲେ।