Odiapua.com

ବିଜେପି କୃଷକ ମୋର୍ଚ୍ଚାର ବାଲିକୁଦା ଜଳସଂପଦ ଅଫିସ୍ ଘେରାଉ

ଜଗତସିଂହପୁର-୧୨/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାଲିକୁଦା ଜଳସଂପଦ ଅଫିସ୍ ଘେରାଉ କରାଯାଇଥିଲା। ସ୍ଥାନୀୟ ଚାଷୀଙ୍କ ଧାନ ଜମିକୁ କେନାଲ ଜଳ ଯୋଗାଇଦେବା ଦାବିରେ ବହୁ ବିଜେପି କର୍ମୀ ଓ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ବିଜେପି ନେତା ସଂଜୟ କୁମାର ମହାନ୍ତିଙ୍କ ନେତୃତ୍ବରେ କୃଷକ ମୋର୍ଚ୍ଚାର ସଭାପତି ଅଶ୍ବିନୀ ସ୍ବାଇଁ, ଟୁକନା ରାଉତ, କୈଳାସ ଷଣ୍ଢ, ପପୁନା ସ୍ବାଇଁ, ଟୁଟୁ ସାହୁ, ଗଜେନ୍ଦ୍ର ସ୍ବାଇଁ, ସୁକଦେବ ମୁଦୁଲି, ନିରଞ୍ଜନ ବିଶ୍ବାଳ, ପ୍ରହ୍ଲାଦ ରାଉତ, ଗୁଣନିଧି ସାହୁ, ସମୀର ସ୍ବାଇଁ, ଗଣେଶ ମୁଦୁଲି ପ୍ରମୁଖ ଧାରଣାରେ ବସିରହିଥିଲେ। ୧୫ ଏ, ୧୫ ବି, ୧୫ ସି-କେନାଲରେ ଜଳସଂପଦ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଉନଥିବାରୁ ମାଛଗାଁ, ଖାଲଗାଁ ଓ ଆମ୍ବଶାଳ ପଞ୍ଚାୟତର ଶହଶହ ଏକର ଧାନ ଜମି ଏବେ ଫାଟି ଆଁ କରିଛି। ପାଣି ଅଭାବରୁ ଧାନ ତଳି ଶୁଖି ମରିଗଲାଣି। କେନାଲରେ ତୁରନ୍ତ ପାଣି ଛାଡ଼ିବା ପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ବିଭାଗୀୟ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।