Odiapua.com

ବିଜେପି ଏକାକୀ ପଞ୍ଚାୟତ ନିର୍ବାଚନ ମୁକାବିଲା କରିବ – ବଦ୍ରୀ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଆଗାମୀ ପଞ୍ଚାୟତ ନିର୍ବାଚନ ଏକାକୀ ଲଢିବ ଓ ସଫଳତା ହାସଲ କରିବ । ବିଜେପି ମେଣ୍ଟ କରିବ ବୋଲି ବିରୋଧି ଦଳ ଅପପ୍ରଚାର ଚଳାଇଛନ୍ତି । ମାତ୍ର ଏହା ସତ୍ୟ ନୁହେଁ । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସଂଯୁକ୍ତ ମଣ୍ଡଳ ସାଙ୍ଗଠନିକ ବୈଠକରେ ନେତାମାନେ ଏହା ପ୍ରକାଶ କରିଛନ୍ତି । ଦଳର ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିସ୍ତାରକ ପ୍ରଶିକ୍ଷକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାକେଶ ମଲ୍ଲିକ, ମନସ୍ମିତା ଖୁଣ୍ଟିଆ ଯୋଗଦେଇ ୱାର୍ଡସ୍ତରରୁ ଦଳର ସଙ୍ଗଠନକୁ ଅଧିକ ରୁ ଅଧିକ ଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିର୍ମଳ କର, ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ଚରଣ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ଅମୂଲ୍ୟ ସେଠୀ, ଜୟସ୍ମିତା ଗୋଚ୍ଛାୟତ, ଭୀମସେନ ନାୟକ, ସୁଶାନ୍ତ ପାତ୍ର, ସୁରେଶ ସାମଲ, ସତ୍ୟବ୍ରତ ଦାସ, ରୁକ୍ମଣୀ ଦାସ ପ୍ରମୁଖ ବକ୍ତବ୍ୟ ରଖି ନିର୍ବାଚନରେ ଦଳର ସଫଳତା ପାଇଁ ସଙ୍କଳ୍ପବଦ୍ଧ ଭାବେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ପ୍ରଦୀପ ସାହୁ, କୈଳାସ ସାହୁ, ରାମଚନ୍ଦ୍ର ରାଉତ, ପ୍ରଦୀପ ପାଢୀ, ତରଣୀସେନ ପଣ୍ଡା, ପ୍ରଦ୍ୟୁମ୍ନ ସେନାପତି, ପ୍ରହ୍ଲାଦ ସାହୁ, ଦଶରଥ ଜେନା, କରୁଣାକର ସାହୁ, ମଦନ ସାହୁ, ବିଶ୍ୱନାଥ ଜେନା, ବିଶ୍ୱନାଥ ତ୍ରିପାଠୀ, ସୁଦର୍ଶନ ସାମଲ ପ୍ରମୁଖ ଶତାଧିକ କର୍ମୀ ବୈଠକରେ ଅଂଶଗ୍ରହଣ କରିଥିଲେ ।