Odiapua.com

ବିଜେପି ଅନୁସୂଚିତ ମୋର୍ଚ୍ଚା ଜିଲା କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଅନୁସୂଚିତ ଜାତି କମିଶନ ପ୍ରତିଷ୍ଠା ସହ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ସଠିକ୍ ସମୟରେ ଷ୍ଟାଇପେଣ୍ଡ ପ୍ରଦାନ ନିମନ୍ତେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ମୋର୍ଚ୍ଚା ଜିଲା କାର୍ଯ୍ୟକାରିଣୀ ବୈଠକରେ ଦାବି କରାଯାଇଛି । ଦଳର ଜିଲା କାର୍ଯ୍ୟାଳୟ ଠାରେ ଅନୁସୂଚିତ ମୋର୍ଚ୍ଚା ଜିଲା ସଭାପତି ପ୍ରମୋଦ କୁମାର ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ କୁମାର ପାଢୀ, ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଂପାଦକ ହେମନ୍ତ ମଲ୍ଲିକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ପ୍ରଦୀପ କୁମାର ନାୟକ, ପଂଚାନନ ରାଉତ, ପ୍ରକାଶ ମହାପାତ୍ର, ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଂପାଦକ ସରୋଜ ଜେନା, ଜିଲା ଉପସଭାପତି ସୁରେଶ ଦାସ, ପ୍ରଶାନ୍ତ ମଲ୍ଲିକ, ଚକ୍ରଧର ସେଠୀ, ଜିଲା ଆଇଟି ସେଲ ସଂଯୋଜକ ସୀତାରାମ ସେଠୀ ଯୋଗଦେଇ ବିଭିନ୍ନ ସାଙ୍ଗଠନିକ ବିଷୟ ଉପରେ ଆଲୋଚନା କରିଥିଲେ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି, ପିସି କାରବାର ଓ ରାଜ୍ୟ ସରକାର ଅନୁସୂଚିତ ଲୋକମାନଙ୍କ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁନଥିବା ଦର୍ଶାଇ ବୈଠକରେ ଉଦ୍‌ବେଗ ପ୍ରକାଶ କରାଯିବା ସହ ସମାଲୋଚନା କରିଥିଲେ । ଏଥିରେ ଜିଲା କାର୍ଯ୍ୟକାରିଣୀର ସଦସ୍ୟ ଓ ବିଭିନ୍ନ ମଣ୍ଡଳର ସଭାପତିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୋର୍ଚ୍ଚାର ଜିଲା ସଂପାଦକ ଯୋଗେନ୍ଦ୍ର ମଲ୍ଲିକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଅନୁସୂଚିତ ଜାତି, କମିଶନ ଗଠନ, ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ଠିକଣା ସମୟରେ ଷ୍ଟାଇପେଣ୍ଡ ପ୍ରଦାନ, ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ ଆଇନ୍‌ର ଉପଯୋଗ କରିବା ପାଇଁ ରାଜ୍ୟ ପୁଲିସ୍ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ସୁରେଶ ଦାସ ଅତିଥି ପରିଚୟ ଓ ଆଇନ୍‌ଜୀବୀ ଅଭୟ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।