Odiapua.com

ବିଜେପିର ସାଙ୍ଗଠନିକ ବୈଠକ

ଖୋର୍ଦ୍ଧା;୨୩,ଅଗଷ୍ଟ :ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ବିଜେପିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ମଣ୍ଡଳ ସଭାପତି ସାଗର ବାରିକଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଉର୍ମିଳା ମହାପାତ୍ର ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ,ରଶ୍ମୀ ରଞ୍ଜନ ମହାପାତ୍ର,ଧନେଶ୍ୱର ମହାରଣା,ପବିତ୍ର ମୋହନ ସାହୁ,ଚିତ୍ତ ରଞ୍ଜନ ତ୍ରିପାଠୀ,ମନ୍ମଥ ରଞ୍ଜନ ବେହେରା,ଅଜୟ କୁମାର ପାଇକରାୟ,କୈଳାଶ ସାହୁ,ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।