Odiapua.com

ବିଜେପିର ସଦସ୍ୟତା ଅଭିଯାନ ନେଇ ଜିଲ୍ଲାସ୍ତରୀୟ ବୈଠକ

ଭଦ୍ରକ, ୧୫ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ପାର୍ଟିର ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଦସ୍ୟତା ଅଭିଯାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦଳ ପକ୍ଷରୁ ଚାଲିଥିବା ପ୍ରାଥମିକ ସଦସ୍ୟତା ଅଭିଯାନର ସମୀକ୍ଷା ସହ ଦଳର ସକ୍ରିୟ ସଦସ୍ୟ ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଜିଲ୍ଲାରେ ଦଳ ପକ୍ଷରୁ ୪ହଜାରରୁ ଅଧିକ ସକ୍ରିୟ ସଦସ୍ୟ କରାଯିବା ସହ ପ୍ରତି ବୁଥ ସ୍ତରରେ ସକ୍ରିୟ ସଦସ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହା ଉପରେ ଦଳ ଗୁରୁତ୍ୱାରୋପ କରିଛି।ଏହି ବୈଠକ ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ କାର୍ଯ୍ୟକର୍ତା ଦଳରେ ସାମିଲ ହୋଇଛନ୍ତି।ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ,ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପରିଜା,ଜିଲ୍ଲା ସଦସ୍ୟତା ଅଭିଯାନ ସଂଯୋଜକ ତଥା ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ,କମଳା ସୂତାର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ,ବାଣିକଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଦସ୍ୟତା ଅଭିଯାନ ଓ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଦଳର ନବାଗତ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।