Odiapua.com

ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ବାଲେଶ୍ୱର ସଦର ଉପ-ନିର୍ବାଚନ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଜୋରଦାର ଚାଲିଥିବା ବେଳେ ଅନୁରୂପ ଭାବେ ଛାମୁଆ କର୍ମୀ ଓ ନେତାଙ୍କ ଦଳ ଡିଆଁ ଏବେ ବି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅନ୍ୟଦଳରୁ ଆସୁଥିବା ନବାଗତ କର୍ମୀଙ୍କ ସ୍ୱାଗତ ସମ୍ବର୍ଦ୍ଧ ପାଇଁ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ନବାଗତ ନେତା ଓ ଛାମୁଆ କର୍ମୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ଦଳେରେ ଯୋଗଦାନ କରିଥିବା ‘ବାପା’ ସଂଗଠନର ପୃଷ୍ଠପୋଷକ ବରିଷ୍ଠ ଆଇନ୍‌ଜୀବୀ ବିଜୟ କୁମାର ପାଣିଗ୍ରାହୀ, ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କର ନିର୍ବାଚିତ ନିର୍ଦ୍ଦେଶକ ବନ୍ଦନା ଘଡ଼େଇ, ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ପଣ୍ଡା, ନାରୀ ନେତ୍ରୀ ମମତା ଦେ, ଭଜେନ୍ଦ୍ର ଆଚାର୍ଯ୍ୟ, ଇଂ ସୌମ୍ୟରଂଜନ ପାତ୍ରଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟାନ୍ୟ ଦଳରୁ କର୍ମୀ ଓ ନେତାଙ୍କ ଆଗମନରେ ବାଲେଶ୍ୱରରେ ବିଜେପିର ସଂଗଠନ କ୍ରମଶଃ ସୁଦୃଢ଼ ହେଉଥିବା ବେଳେ ଏହା ଚଳିତ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନିଶ୍ଚିତ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଅନ୍ୟଦଳରେ କୋଣଠେସା ହୋଇ ରହିବା ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ପରିଚାଳିତ ବିଜେପିରେ ଶୃଙ୍ଖଳିତ କର୍ମୀ ହୋଇ କାର୍ଯ୍ୟ କରିବା ଶ୍ରେୟସ୍କର ଭାବି ସେମାନେ ଦଳରେ ଯୋଗଦାନ କରିଛନ୍ତି ବୋଲି ନବାଗତମାନେ ପ୍ରକାଶ କରିଥିଲେ। ଏଥି ସହିତ ବହୁ କର୍ମୀ ମଧ୍ୟ ଆଜି ବଜେପିରେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା। ବିଜେପି ନେତା ଦୁକୁଲୁ ଚନ୍ଦ୍ର ଘଡ଼େଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ବାଲେଶ୍ୱର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଂଜନ ପଣ୍ଡା, ଭୋଗରାଇ ବିଜେପି ନେତା ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।