Odiapua.com

ବିଜେପିର ମିଶ୍ରଣ ପର୍ବ : ସଂଖ୍ୟାଲଘୁ ଛାତ୍ର-ଯୁବ କର୍ମୀଙ୍କୁ ଦଳରେ ସ୍ୱାଗତ

ବାଲେଶ୍ୱର, ୩୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ନ ନିର୍ବାଚନ ବେଳେ ଅନ୍ୟଦଳରୁ କର୍ମୀ ଓ ଛାମୁଆଙ୍କର ବିଜେପିରେ ଯୋଗଦାନ ପ୍ରାର୍ଥୀ ମାନସ ଦତ୍ତଙ୍କ ସ୍ଥିତିକୁ ବେଶ୍ ମଜବୁତ୍ କରିପାରିଛି ବୋଲି ଦଳୀୟ କର୍ମକର୍ତ୍ତାମାନେ ଅଶ୍ୱସ୍ତିର ସହ ପ୍ରକାଶ କରିଛନ୍ତି। ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ର ଯୁବ ନେତାଙ୍କୁ ଆଜି ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। ଛାତ୍ରନେତା ଫୟାଜ୍ ଅହେମଦଙ୍କ ନେତୃତ୍ୱରେ ବହୁ ଛାତ୍ର ଓ ଯୁବନେତା ଦଳରେ ଯୋଗଦେଇ ବିଜେପିର ନୀତି ଆଦର୍ଶ ମାନି କାର୍ଯ୍ୟକରିବେ ବୋଲି କହିଛନ୍ତି। ପାଟଣାଗଡ଼ର ମହାରାଜା କନକ ବର୍ଦ୍ଧନ ସିଂଦେଓ, ବିଜେପି ରାଜ୍ୟ ସମ୍ପାଦକ ମୁରଲୀ ମନୋହର ଶର୍ମା, ମୟୁରଭଂଜ ରାଜା ପ୍ରବୀଣ ଭଞ୍ଜଦେଓ, ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସିକନ୍ଦର ଅଲ୍ଲି, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅନ୍ୟାନ୍ୟ ଦଳରୁ ଆସି ବିଜେପିରେ ଯୋଗ ଦେଇଥିବା ସମସ୍ତ କର୍ମୀ ଓ ଛାମୁଆଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ନବାଗତ କର୍ମୀଙ୍କ ଯୋଗୁଁ ଦଳୀୟ ସଂଗଠନ ସୁଦୃଢ଼ ହେବା ସହ ଚଳିତ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଆଶା କ୍ରମଶଃ ଦୃଢ଼ୀଭୁତ ହେବାରେ ଲାଗିଛି ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ।