Odiapua.com

ବିଜେପିର ମିଶ୍ରଣ ପର୍ବ; ଲକ୍ଷେ ଟଙ୍କା ଦାନକରି ମିଶିଲେ ପ୍ରଧାନଶିକ୍ଷକ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଜେପି ପକ୍ଷରୁ ଡଗରପଡା ଠାରେ କର୍ମୀ ସମ୍ମଳନୀ ସହ ମିଶ୍ରଣ ପର୍ବ ଦଳର ଜିଲ୍ଲା ଉପସଭାପତି ତଥା ସରପଞ୍ଚ ଜଗବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଦଳକୁ ଏକଲକ୍ଷ ଟଙ୍କା ଦାନ କରି ଦଳର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିଛନ୍ତି । ଏଥିରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜୟସ୍ମୀତା ଗୋଚ୍ଛାୟତ, ରୁକ୍ମଣୀ ଦାସ, ନିର୍ମଳ କର, ପ୍ରକାଶ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ନଗୁଆଁ ସରପଞ୍ଚ କମଳକୁମାର ନନ୍ଦ, ସମିତି ସଦସ୍ୟ ସଶ୍ମିତା ବାରିକ, ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ସୁରେଶ ସାମଲ, ପ୍ରତାପ ଦ୍ୱିଦେବୀ, ସୁବାସ ପାତ୍ର, ଅକ୍ଷୟ ମହାନ୍ତି, ଚିନ୍ମୟ ପଟ୍ଟନାୟକ, ମୃତ୍ୟୁଞ୍‌ଜୟ ଗୋଚ୍ଛାୟତ, ପଞ୍ଚାୟତ ସଭାପତି ବୈଦ୍ୟନାଥ ଦାସ, ମଦନ ମହାକୁଡ, ପ୍ରକାଶ ପାତ୍ର, ବାବାଜି ଜେନା ପ୍ରମୁଖ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ଅବସରରେ ଅନ୍ୟଦଳ ପରିତ୍ୟାଗ କରି କାର୍ତ୍ତିକ ପଣ୍ଡା, ସୁନିଲ ସାହୁ, ଏକାଦଶୀ ଜେନା, ସଞ୍ଜୁଲତା ମହାପାତ୍ର, ଶିବଶଙ୍କର ସାହୁ, ସୁବାସ ଜେନା, କେଶବ ଜେନା ପ୍ରମୁଖ ଶତାଧିକ କର୍ମୀ ଦଳରେ ଯୋଗଦେଇଥିଲେ । ଦଳ ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇ ନବାଗତଙ୍କୁ ସ୍ୱାଗତ କରାଯାଇଥିଲା । ସରପଞ୍ଚ ଶ୍ରୀ ନନ୍ଦ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।