Odiapua.com

ବିଜେପିର ମିଶ୍ରଣ ପର୍ବ, ଦଳରେ ଯୋଗଦେଲେ ଶତାଧିକ ଯୁବକର୍ମୀ

????????????????????????????????????

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଏବଂ ଜିଲ୍ଲାର ବିଜେପି ନେତୃବୃନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜି ଶତାଧିକ ଯୁବକ ବିଭିନ୍ନ ଦଳରୁ ଆସି ବିଜେପି ଦଳରେ ଯୋଗ ଦେଇଛନ୍ତି । ଭଦ୍ରକ ଜିଲ୍ଲା ହରିପୁର ପଞ୍ଚାୟତର ଯୁବକର୍ମୀ ହିତେଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ମିଶ୍ରଣପର୍ବରେ ଏହି ଯୁବକମାନଙ୍କୁ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରିଥିଲେ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏକ ସ୍ଥିର ସରକାର ପ୍ରଦାନ କରିବା ସହିତ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେଇ ଜନସାଧାରଣଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିନେଇଛନ୍ତି । ନରେନ୍ଦ୍ର ମୋଦିଙ୍କ ଶାସନକୁ ସଶକ୍ତ କରିବାରେ ଯୁବକର୍ମୀଙ୍କ ଦଳରେ ଯୋଗଦାନ ମୋଦି ସରକାରର ଏକ ଅଭୁତପୂର୍ବ ସଫଳତାର ପରିଚୟ ବୋଲି ଶ୍ରୀଯୁକ୍ତ ପାଢ଼ୀ ଏହି ଅବସରରେ କହିଥିଲେ । ଉକ୍ତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରଦୀପ ନାୟକ, ଅଶୋକ ପରିଜା, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ଗଦାଧର ବେହେରା, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅସୀମ ରାଉତ, ସୁନିଲ ମହାଳିକଙ୍କ ଉପସ୍ଥିତିରେ ହିତେଶ ବେହେରା, ସନ୍ତୋଷ ସାହୁ, ରବୀନ୍ଦ୍ର ବେହେରା, ତପନ ଦାସ, ବସନ୍ତ ନାୟକ ପ୍ରମୁଖ ଶତାଧିକ ଯୁବକର୍ମୀ ବିଜେପି ଦଳରେ ଯୋଗ ଦେଇଛନ୍ତି ।