Odiapua.com

ବିଜେପିର ବ୍ଲକ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜେପିର ବ୍ଲକ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଫଳପୁର ଗ୍ରାମ୍ୟ ଜଙ୍ଗଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଶୋକ ପୁହାଣ, ପୂର୍ବତନ ଜିଲା ପରିଷଦ ସଭ୍ୟା ରଂଜିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ଧାମନଗରରେ ଆଗାମୀ ଦିନରେ ବୁଥ୍‌ସ୍ତରରୁ କିପରି ଦଳ ମଜବୁତ ହୋଇ ଚଳିତ ନିର୍ବାଚନରେ ବିଜୟୀ ହେବ, ସେ ନେଇ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ ଖଡିପଦା, ଅର୍ଜୁନପୁର, କଲ୍ୟାଣୀ, ଗୋବିନ୍ଦପୁର ପଂଚାୟତର ଅନ୍ୟ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସୁରଜ ସେମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।