ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ ଏବଂ ଭଦ୍ରକ ବିଧାନସଭା ନେତା ଡା. ପ୍ରଦିପ କୁମାର ନାୟକଙ୍କ ନେତୃତ୍ୱରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ପଞ୍ଚାୟତର ଦକ୍ଷ ଯୁବ ବିଜେଡ଼ି ସଭାପତି ଅଜୟ ପଲାଇ (ସାଗର), ନିଶିକାନ୍ତ ପରିଡା ଏବଂ ବରିଷ୍ଠ କର୍ମୀ କାର୍ତ୍ତିକ ଜେନା ତାଙ୍କର ଶତାଧିକ ସହକର୍ମୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନା, ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କଲେ । ଦକ୍ଷ ଯୁବ ବିଜେଡ଼ି ସଭାପତି ଅଜୟ ପଲାଇ ତାଙ୍କ ବକ୍ତବ୍ୟରେ ବିଜୁ ଜନତା ଦଳର ବିଶୃଙ୍ଖଳିତ ଆଚରଣ, ବିଜେଡିର ଗୁଣ୍ଡାରାଜ, ଶାସକ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବଟି ଆଦାୟକୁ ଘୃଣା କରି ସେମାନେ ତାଙ୍କର କର୍ମୀମାନଙ୍କ ସହିତ ଯୋଗଦାନ କରିଛନ୍ତି । ବ୍ରହ୍ମପୁର ପଞ୍ଚାୟତକୁ ଜିତେଇବା ସଂଗେ ସଂଗେ ଭଦ୍ରକ ବିଧାନସଭାକୁ ଶକ୍ତିଶାଳୀ କରିବାରେ ସଂକଳ୍ପ ନେଇଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲା ଉପସଭାପତି ଅଶୋକ ପରିଜା, ପଞ୍ଚାୟତ ପ୍ରମୁଖ ରବି ନାରାୟଣ ଦାସ, ଦେବରକୁଣ୍ଡ ମଣ୍ଡଳ ସଭାପତି ପ୍ରଭାକର ସାମଲ, ଗୌରହରି ସାହୁ, ଭାଗିରଥୀ ମହାକୁଡ, ପଦ୍ମଲୋଚନ ଦାସ, ରମେଶ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି କୋରକୋରା ପଞ୍ଚାୟତର ଶତାଧିକ କର୍ମୀ ମଧ୍ୟ ବିଜେପିରେ ମିଶିଛନ୍ତି ।