Odiapua.com

ବିଜେପିର ପଥପ୍ରାନ୍ତ ସଭା

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କନ୍ଧମାଳ ସଂସଦୀୟ କ୍ଷେତ୍ରର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ଐରଖାରବେଳ ସ୍ୱାଇଁ ପଥପ୍ରାନ୍ତ ସଭା କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ବାହାଡ଼ାଝୋଲା, ମହିପୁର, ଦଶପଲ୍ଲା, ନୂଆଗାଁ ଓ ବାଣିଗୋଚ୍ଛାଠାରେ ବିଜେପି ଜିଲ୍ଲା ସଭାପତି ସନ୍ୟାସୀ ନାୟକଙ୍କ ସଭାପତିତ୍ୱରେ ଏହି ପଥପ୍ରାନ୍ତ ସଭା ହୋଇଥିଲାବେଳେ ଏହି ସଭାରେ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ, ଦଶପଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନେତା ରାଘବ ମଲ୍ଲିକ ଉପସ୍ଥିତ ହୋଇ କେନ୍ଦ୍ର ସରକାର ସ୍ୱଚ୍ଛ ଶାସନକୁ ବଖାଣିବା ସହ ରାଜ୍ୟ ସରକାରଙ୍କ ଏକଚାଟିଆ ଶାସନର ଅନ୍ତ ଘଟାଇବାକୁ ହେଲେ ରାଜ୍ୟରେ ବିଜେପି ସରକାର ଓ କେନ୍ଦ୍ରରେ ମୋଦୀ ସରକାର ଆସିବା ଦରକାର ବୋଲି କହିଥିଲେ।