Odiapua.com

ବିଜେପିର ଜିଲ୍ଲା ସାଂଗଠନିକ ବୈଠକ

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ବିଜେପି ପକ୍ଷରୁ ନବନିଯୁକ୍ତ ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ ସାଂଗଠନିକ ବୈଠକ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ଯୋଗଦେଇ ଦଳର ସୁଦୃଢ଼ ସଂଗଠନ ସାଙ୍ଗକୁ ଜିଲ୍ଲାର ବିକାଶ ଦିଗରେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ପ୍ରଭାରୀ ଶ୍ରୀ ମହାପାତ୍ର ଜିଲ୍ଲା ସୁଦୃଢ଼ ସଂଗଠନ ପାଇଁ କର୍ମୀମାନେ ତ୍ୟାଗନିଷ୍ଟ ହେବା ସହ ଜନସମସ୍ୟା ସମାଧାନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୋଭନା ମହାନ୍ତି, ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସମରଶଙ୍କର କାନୁନଗୋ, ସମସ୍ତ ବିଧାୟକ ପ୍ରାର୍ଥୀ ଓ ଜିଲ୍ଲାର ସମସ୍ତ ବିଜେପି ମଣ୍ଡଳର ସଭାପତି ଏହି ବୈଠକରେ ଯୋଗ ଦେଇଥିଲେ।