Odiapua.com

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ବିଜେପିର ମିଶ୍ରଣ ପର୍ବ
– ବରିଷ୍ଠ ବିଜେଡି ନେତା ଆତ୍ରର୍ତାଣ ମଲ୍ଲିକ ବିଜେପିରେ ସାମିଲ
– ବିଜେଡି ନେତା ଯଶବନ୍ତ ସାମଲ ବିଜେପିରେ ସାମିଲ ହେଲେ
– ବଡଚଣା ପଂଚାୟତ ସମିତି ଉପାଧ୍ୟକ୍ଷ ଉପାସନା ପାତ୍ର ବିଜେପିରେ ସାମିଲ
– ଓଡିଶା ପିସିସି ସଂପାଦକ ଅଧୀର କୁମାର ଜେନା ବିଜେପିରେ ସାମିଲ

ଭୁବନେଶ୍ୱର, ୨୦/୦୪ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଆଳି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଆତ୍ରର୍ତାଣ ମଲ୍ଲିକ, ରାଜ୍ୟ ବିଜେଡି ଆଇନଜୀବୀ ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ବିଜେଡି କଟକ ଜିଲ୍ଲା ଉପସଭାପତି କେଦାରନାଥ ଜେନା, ଜଗନ୍ନାଥ କୃଷି ସମବାୟ ସମିତି ସଭାପତି ନିରୋଦ କୁମାର ଜେନାଙ୍କ ସମେତ ସଗଡାଇଲୋ, ନାହାଳପୁର, ପୋସ୍ତଳ, ଖର୍ଲଦା, ଏରଂଚ, କସରଦା, ହରିଅନ୍ତା, ଉଷୁମା ଆଦି ବିଭିନ୍ନ ପଂଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ବଡଚଣା ନିର୍ବାଚନମଣ୍ଡଳୀର ବିଜେଡି ନେତା ଯଶବନ୍ତ ସାମଲ, ବଡଚଣା ପଂଚାୟତ ସମିତି ଉପାଧ୍ୟକ୍ଷ ଉପାସନା ପାତ୍ର, ବଡଚଣାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ଶାନ୍ତି, ବୈରି ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଭାତି ସାହୁ, ବଡଚଣା ବ୍ଲ୍ କ ମହିଳା ବିଜେଡି ସଭାନେତ୍ରୀ ଦମୟନ୍ତୀ ସାମଲଙ୍କ ସମେତ ବିଭିନ୍ନ ପଂଚାୟତର ସଂରପଂଚ, ସମିତିସଭ୍ୟ, ଯୁବନେତାଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଧର୍ମଶାଳା ନିର୍ବାଚନମଣ୍ଡଳୀର ଓଡିଶା ପିସିସି ସଂପାଦକ ଅଧୀର କୁମାର ଜେନା, ଶୁଭ୍ରାଂଶୁ ସାମଲ, ରଜତ କୁମାର ଦାସଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ଜଗତସିଂହପୁର ଲୋକସଭା ବିଜେପି ପ୍ରାର୍ଥୀ ବିଭୁ ତରାଇ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ।