Odiapua.com

ବିଜେପିରେ ସାମିଲ ହେଲେ ଓଡିଶା ପାରଂପରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି

ଭୁବନେଶ୍ୱର, ୨୧/୦୪ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡିଶା ପାରଂପରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି ତଥା ରାଷ୍ଟ୍ରୀୟ ମତ୍ସ୍ୟଜିବୀ ମଂଚ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ବେହେରା, ପୁରୀ ଜିଲ୍ଲା ପାରଂପରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି କେ. ଭଗବାନ, ସାଗର ମତ୍ସ୍ୟଜିବୀ ସମବାୟ ସମିତିର ସଂପାଦକ ବାଡି ଦାସ, ଚିନ୍ତାମଣି ବାରିକ, ଜଗତସିଂହପୁର ପାରଂପରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି ବାସୁଦେବ ବେହେରାଙ୍କ ସମେତ ପାରଂପରିକ ମତ୍ସ୍ୟକର୍ମୀ ୟୁନିୟନର ଶତାଧିକ ମତ୍ସ୍ୟଜିବୀ ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।