Odiapua.com

ବିଜେପିରେ ମିଶିଲେ ଶତାଧିକ ଅନ୍ୟଦଳର କର୍ମୀ

ଭଦ୍ରକ, ୧୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧନସଭା ଅନ୍ତର୍ଗତ କେଦାରପୁର ପଞ୍ଚାୟତ ସ୍ଥିତ ଭଦ୍ରକାଳୀ ମଣ୍ଡଳରେ ଶତାଧିକ ଅନ୍ୟଦଳର କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ଉପସ୍ଥିତିରେ ଏକ ମିଶ୍ରଣ ସଭା କରାଯାଇ ଏଥିରେ ଅନ୍ୟଦଳର କର୍ମୀ ସମର୍ଥକମାନେ ବିଜେପି ଦଳରେ ଯୋଗ ଦେଇଥିଲେ । ଭଦ୍ରକାଳୀ ମଣ୍ଡଳର ସଭାପତି ଗଦାଧର ଖାମୁରାଇ, ବିଜେପିର ବରିଷ୍ଠ ନେତା ନାରାୟଣ ସେନାପତି, ଜିଲ୍ଲା କୃଷକମୋର୍ଚ୍ଚାର ସାଧାରଣ ସମ୍ପାଦକ ଅନିଲ ବେହେରା ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଏବଂ ଅନ୍ୟ ନେତୃବର୍ଗ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସେମାନଙ୍କ ଦଳରେ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗ୍ୟ ନେତୃତ୍ୱ, ଦଳର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଭାଗିରଥି ସେନାପତି, ଦୁର୍ଗା ପ୍ରସନ୍ନ ସେନାପତି, ଓମ୍‌ପ୍ରକାଶ ସେନାପତି, ପଙ୍କଜ ପାଢ଼ୀ, ବିକାଶ ବେହେରା, କରୁଣାକର ସେନାପତି, ରାଜେଶ ରାଜ୍ ସେନାପତି, ଉମେଶ ବାରିକ, ହିତେଶ ସେନାପତି, ବିଜୟ ସେନାପତି, ଆଦିତ୍ୟ ସେନାପତି, ବିଷ୍ଣୁ ପ୍ରସାଦ ବାରିକ, ଦୀପ୍ତିରଂଜନ ମଲ୍ଲିକ, ରାଜେଶ କୁମାର ପାଢୀ, ବିକାଶ ଜେନା, କମଳଲୋଚନ ତ୍ରିପାଠୀ, ବାଦଲ ବାରିକ, ସଂଗ୍ରାମ ସେନାପତି, ସୌରେନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ପାଲ, ମହାପ୍ରସାଦ ମିଶ୍ର, ସୁକାନ୍ତ େବେହରା, ବିଶ୍ୱଜିତ୍ ମହାରଣା, ସୁଦର୍ଶନ ଦଳାଇ, ଶଶିକାନ୍ତ ଜେନା ପ୍ରମୁଖ ବିଜେପି ଦଳରେ ସାମିଲ ହୋଇଛନ୍ତି ।