Odiapua.com

ବିଜେପିରୁ ନିଳମ୍ବିତ

ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ କାରଣରୁ ଜଗତସିଂହପୁର ଜିଲ୍ଲା ପୁରଣ ମଣ୍ଡଳ ସଭାପତି ଶ୍ରୀ ଆଲୋକ କୁମାର ପଣ୍ଡାଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର ୧୧/୦୮ (ଓଡ଼ିଆ ପୁଅ/ନୃସିଂହଚରଣ ବାରିକ) : ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ କାରଣରୁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ଜଗତସିଂହପୁର ଜିଲ୍ଲା ପୁରଣ ମଣ୍ଡଳ ସଭାପତି ଶ୍ରୀ ଆଲୋକ କୁମାର ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ବହିଷ୍କାର କରାଗଲା ବୋଲି ଏକ ପ୍ରେସ ବିବୃତି ଜରିଆରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।