Odiapua.com

ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଲିକା ଦାହ କଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା

ଜଗତସିଂହପୁର-୯/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ଜଗତସିଂହପୁରି ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଥାନା ଛକ ଠାରେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ତୁରନ୍ତ ସେ ସାଂସଦ ପଦରୁ ଇସ୍ତଫା ଦେବାକୁ ଦାବି କରାଯାଇଥିଲା।ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା ଏକାଠି ହୋଇ ଶାସକ ବିଜୁଜନତା ଦଳ ବିରୋଧରେ ନାରାବାଜି କରିବା ସହ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପତ୍ନୀଙ୍କ ପ୍ରତି ଯେପରି ବ୍ୟବହାର କରୁଛନ୍ତି, ଏହା ନିନ୍ଦନୀୟ।ଯିଏ ନିଜ ସ୍ତ୍ରୀକୁ ଅସମ୍ମାନ କରୁଛି ସେ ନାରୀ ଜାତିକୁ କଣ ସମ୍ମାନ ଦେବ । ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦୃଢ ଦାବି କରିଥିଲେ। ଏଥିରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ମିଡ଼ିଆ ସେଲ ଆବାହକ ଗଣେଶ୍ୱର ମହାନ୍ତି ପ୍ରମୁଖ ଯୋଗଦେଇ ନବୀନ ସରକାର ରାଜ୍ୟରେ ନାରୀଙ୍କ ସୁରକ୍ଷା ପ୍ରତି ଅଣଦେଖା କରୁଥିବା ନେଇ କ୍ଷୋଭ ପ୍ରକାଶ କରିବା ସହିତ ନାରୀ ନିର୍ଯ୍ୟାତନା ବଢ଼ି ବଢ଼ି ଚାଲିଛି ବୋଲି ଗର୍ଜିଥିଲେ।ଯଦି ଅନୁଭବ ମହାନ୍ତିଙ୍କୁ ଦଳରୁ ବହିଷ୍କାର କରାନଯାଏ ଆଗାମୀ ଦିନରେ ବିଜେପି ଦଳ ମହିଳା ମୋର୍ଚା ପକ୍ଷରୁ ଉଚିତ ଜବାବ ଦିଆଯିବ ବୋଲି ମହିଳା ମୋର୍ଚ୍ଚାର ସଭାନେତ୍ରୀ କ୍ରିଷ୍ନା ମହାନ୍ତି କହିଥିଲେ।