Odiapua.com

ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ଆକ୍ରମଣ ହୋଇଛି। ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ସମୟରେ ଝାରପଡା କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଦୃବୁର୍ତ୍ତ ଅଚାନକ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଅନନ୍ତ ଏବଂ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ଖବର ଅନୁଯାୟୀ ନିର୍ବାଚନ ପ୍ରଚାର ପରେ ଫେରୁଥିବା ସମୟରେ ଝାରପଡା କେନାଲ ରୋଡରେ ଦୁଇଟି ବାଇକରେ ଦୁବୃର୍ତ୍ତ ମାନେ ଆସି ଅଚାନକ ଅନନ୍ତ ଯାଉଥିବା ଗାଡିକୁ ଅଟକାଇବା ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନନ୍ତ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନନ୍ତଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଗାଡି ଉପରକୁ ବମ ପକାଇଥିବା ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଅଭିଯୋଗ କରିଛନ୍ତି। ଏଥିରେ କାର କ୍ଷତିଗ୍ରସ୍ତ ହେବାସହ ଅନନ୍ତ ଓ ଗାଡ଼ି ଚଳାଉଥିବା ତାଙ୍କ ସହଯ଼ୋଗୀ ରକ୍ତ।କ୍ତ ହୋଇଛନ୍ତି। ବୋମାମାଡ଼ ପରେ ସ୍ଥାନୀୟ ଲୋକେ ଜମା ହୋଇ ଯାଇଥିଲେ। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।