Odiapua.com

ବିଜେଡି ଦଳର ବୈଠକରେ ମହିଳା କର୍ମୀଙ୍କ ପ୍ରତି ଆକ୍ଷେପ ଓ ଅସମ୍ମାନ କୁ ନେଇ ଥାନାରେ ଏତଲା

ମାଲକାନଗିରି,୭ା୨ (ଓଡିଆ ପୁଅ ) ଆସନ୍ତା ୧୧ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ବିଜୁ ଯୁବ ସମ୍ମିଳନୀ ଅନୁଷ୍ଟିତ ହେବାକୁ ଯାଉଥିବାରୁ ସେ ନେଇ ଆଜି ସକାଳେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣଚନ୍ଦ୍ର ବାକା,ଜିଲ୍ଲା ଯୁବବିଜୁ ଜନତା ଦଳର ସଭାପତି ଆଡମା ରାବା,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଙ୍କ ସହିତ ଅନ୍ୟାନ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଆଗାମି ୧୧ତାରିଖ ର କାର୍ଯ୍ୟକ୍ରମକୁ କିପରି ସଫଳକରାଯିବ ସେନେଇ ଆଲୋଚନା କରିଥିଲେ । ବୈଠକ ଶେଷ ହୋଇ ଯିବା ପରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲା ବିଜେଡି ଯୁବ ସଭାପତି ଆଡମା ରାବାଙ୍କ ଉପସ୍ଥିତିରେ ଦୁଇଜଣ ବିଜେଡି ଯୁବ ନେତା କୌଣସି କାରଣ ଯୋଗୁ ପୁବ ର୍ତନ ଜିଲ୍ଲାପରିଷଦ ସଭ୍ୟା ତଥା ବିଜେଡି ମହିଳା କର୍ମୀ ପ୍ରଶାନ୍ତିଲତା ବିଷୋୟୀ ଓ ଅନ୍ୟଜଣେ ମହିଳା କର୍ମୀ ଦୁଲାଲି ଥଣ୍ଡର ଙ୍କୁ ଆକ୍ଷେପ କରିବାସହିତ ଗାଳି ଗୁଲଜ ସହ ଅସମ୍ମାନ କରିଥିଲେ । ତାଙ୍କୁ ଗାଳିଗୁଲଜ କରି ଅସମ୍ମାନ କରିଥିବା ସଂପର୍କରେ ପ୍ରଶାନ୍ତିଲତା ବିଷୋୟୀ ସେହି ବିଜେଡି ଯୁବନେତା ଙ୍କ ନାମରେ ଆଜି ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।ପୁଲିସ ଏତଲା ଗ୍ରହଣ କରି ଏହାର ତଦନ୍ତ ଚଳାଇଛନ୍ତି । ଏସଂପର୍କରେ ଆମେ ଜିଲ୍ଲାବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣଚନ୍ଦ୍ର ବାକା ଙ୍କୁ ପଚାରିବାରୁ ଆଜିସକାଳୁ ସର୍କଟି ହାଉସ ଠାରେ ଭଲରେ ପ୍ରସ୍ତୁତି ବୈଠକ ସରିଗଲାପରେ ସେଠାରୁ ମିଟିଂ ସାରି ମୁ ଜୟପୁର ରେ କାମଥିବାରୁ ମାଲକାନଗିରି ରୁ ଜୟପୁର ପଳାଇଆସିଛି, ମିଟିଂ ପରେ କଣ ସବୁ ସେଠାରେ ଘଟିଛି ମୁ କିଛି ଜାଣିନାହିଁ କି ମୋତେ କେହି ନେତା କି କର୍ମୀ ଜଣାଇ ନହିଁନ୍ତି ବୋଲି ସେ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।ଗାଁକୁ କାମ ମାଙ୍କୁ ସମ୍ମାନ ବିଜେଡି ଦଳର ନାରା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରହସନ ପାଲଟିଛି, ଏହାର ଜ୍ୱଳନ୍ତ ଉଦାହରଣ ଆଜି ସକାଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ଠାରେ ଆୟୋଜିତ ବିଜେଡି ଦଳର ଏକ ବୈଠକରେ ଦେଖିବାକୁ ମିଳିଛି । ଯୁବ ବିଜେଡି ନେତା ଓ ମହିଳା ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ଓ ଗୁଳିଗୁଲଜ ଘଟଣା ଏବେ ମାଲକାନଗିରି ସହରରେ ମୁଖ୍ୟଚର୍ଚାର ବିଷୟ ପାଲଟିବା ସହିତ ଦଲର ନାରା ଗାଁକୁ କାମ ମା କୁ ସମ୍ମାନ ମାଲକାନଗିରି ଜିଲ୍ଲାରେ କେତେଦୁର କାର୍ଯ୍ୟକାରି ହେଉଛି ଜଳ ଜଳ ହୋଇ ଜଣାପଡୁଛି ।