Odiapua.com

ବିଜେଡି ତରଫରୁ କୋରୋନା ସଚେତନତା ଓ ସହାୟତା କାର୍ଯ୍ୟକ୍ରମ

ସମ୍ବଲପୁର ୨୫-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ତରଫ ରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୯ ଓ ୱାର୍ଡ ନମ୍ବର ୧୬ ରେ କରୋନା ସମ୍ପର୍କୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସମ୍ପୃକ୍ତ ଅଂଚଳ ର ବସ୍ତି ବାସିନ୍ଦା ମାନେ ବିଭିନ୍ନ ସରକାରୀ ସହାୟତା କିଭଳି ପାଉଛନ୍ତି ତାର ତଥ୍ୟ ସଂଗ୍ରହ କରା ଯାଇଥିଲା l ଜିଲ୍ଲା ବିଜୁ ଜନତା ଦଳ ତରଫ ରୁ ଏକ ସଚେତନ ଧର୍ମୀ ପ୍ରଚାର ପୁସ୍ତିକା ମଧ୍ୟ ବଣ୍ଟନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଦଳୀୟ ପର୍ଯ୍ୟବେକ୍ଷକ ଇଂ. ନଳିନୀ କାନ୍ତ ପ୍ରଧାନ ଉଦ୍ଘାଟନ କରି ଥିଲେ। ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ସମ୍ବଲପୁର ପୌର ପରିଷଦ ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା ପ୍ରମୁଖ ଙ୍କ ନେତୃତ୍ୱ ରେ ଶିବ ପ୍ରଧାନ, ଭଗତ, ଲିଙ୍ଗରାଜ ତ୍ରିପାଠୀ, ଖାରାଁଶୁ ଶେଖର ଦେବ, ବିଜୟ ସ୍ୱାଇଁ, ଦିଲୀପ ଦାଶ, ଆଶିଷ ମିଶ୍ର, ଅମିତ ନାଥ, ସୌମେନ୍ଦ୍ର ହୋତା, ନିଶିଥ ଆକାଶ, ଶଙ୍କର ପଣ୍ଡା, ସୁଭାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।