Odiapua.com

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦଙ୍କ ଧାମନଗର ଏନଏସି ତତ୍କାଳୀନ ପ୍ରତିନିଧି

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ତତ୍କାଳୀନ ଧାମନଗର ଏନ୍‌ଏସି ପ୍ରତିନିଧି ଜଗଦୀଶ ପାତ୍ର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଧାମନଗର କାଂକରା ସ୍କୁଲ ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଜଗଦୀଶ ଙ୍କୁ ଟୋପି ପିନ୍ଧାଇ, ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଜଗଦୀଶ ଙ୍କ ସହ ବିଭିନ୍ନ ଅଂଚଳ ରୁ ଶତାଧିକ କର୍ମୀ ନିଜ ନିଜ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଜଗଦୀଶ ଗତ ୨୦୨୨ ପୌର ନିର୍ବାଚନରେ ଧାମନଗର ଏନ ଏ ସି ୧ ନମ୍ବର ୱାର୍ଡ ରୁ ବିଜେଡିର କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେପିର ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ ରେ ପରାଜିତ ହୋଇଥିଲେ। ତେବେ ତାଙ୍କ ବାପା ପୀତାମ୍ବର ପାତ୍ର ବିଜେପିର ଜଣେ ସକ୍ରିୟ କର୍ମୀ ଥିଲେ। ଏଣୁ ଜଗଦୀଶ ଙ୍କ ବିଜେପିରେ ଯୋଗଦାନକୁ ଘର ବାହୁଡ଼ା ବୋଲି କୁହାଯାଉଛି। ଏହାଛଡ଼ା ଜଗଦୀଶ ଙ୍କ ଯୋଗ ଦାନ ଦଳକୁ ଆହୁରି ମଜଭୂତ କରିବ ବୋଲି ମନ୍ତ୍ରୀ କହିଛନ୍ତି।