Odiapua.com

ବିଜେଡି କର୍ମୀ କୃଷ୍ଣଚନ୍ଦ୍ରଙ୍କ ଜଣ୍ଡିସ ନେଲା ଜୀବନ, କେବେ ଚେଇଁବ ପ୍ରଶାସନ

ସମ୍ବଲପୁର, ୩୦/୭ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ସହର ରେ ପୁଣି ଫେରିଛି କାମଳ ବା ଜଣ୍ଡିସ। ୨୦୧୪ ମସିହାରେ ଏହି ମହାମାରୀ କବଳ ରେ ସହର ର ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ମଙ୍ଗଳବାରଦିନ ସମ୍ବଲପୁର ବିଜୁ ଜନତା ଦଳ ର ସକ୍ରିୟ ସଭ୍ୟ କୃଷ୍ଣଚନ୍ଦ୍ର ମେହେର (୪୨)ଙ୍କ ପରଲୋକ ହୋଇଛି। ଦୀର୍ଘ ୧ ବର୍ଷ ହେବ କୃଷ୍ଣଚନ୍ଦ୍ର ଜଣ୍ଡିସ ରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସ ରେ ଚିକିତ୍ସିତ ହେଉଥିଲେ। ଗତ ରାତି ରେ ତାଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସହର ର ଏକ ଘରୋଇ ନର୍ସିଂ ହୋମ କୁ ନିଆଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ଡାକ୍ତର ବୁର୍ଲା ସ୍ଥାନାଂତର ପାଇଁ ପରାମର୍ଶ ଦେଇଥିଲେ। ବୁର୍ଲା ଡାକ୍ତରଖାନା ନେବା ସମୟରେ ରାତି ପ୍ରାୟ ୧ ଟା ରେ କୃଷ୍ଣଚନ୍ଦ୍ର ଙ୍କ ଦେହାନ୍ତ ହୋଇଥିଲା।

ମଙ୍ଗଳବାରଦିନ ସକାଳେ ଖବର ପାଇ ପୂର୍ବତନ ବିଧାୟିକା ଡଃ ରlସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଡଃ ପ୍ରମୋଦ ରଥ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ବିଜେଡି କର୍ମୀ ସତ୍ୟେନ୍ଦ୍ର ଦାଶ, ଅଶ୍ବିନୀ ପାଢ଼ୀ, ନେପାଳ ସାହୁ, ଯଦୁ ନାଗ, ରାଜେଶ ପଟନାୟକ, ସବୀର ଅହମଦ, କମଳ ଷଡ଼ଙ୍ଗୀ ପ୍ରମୁଖ ତାଙ୍କ କୁମ୍ଭାରପଡା ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥଲେ। କୋଭିଡଃ ୧୯ କରୋନା କଟକଣା କୁ ଦୃଷ୍ଟିରେ ରଖି ଆଜି ସ୍ଥାନୀୟ ରାଜଘାଟ ରେ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି। ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଜଣେ ଅତ୍ୟନ୍ତ ମେଳାପୀ, ନମ୍ର, ସ୍ନେହୀ ବ୍ୟକ୍ତି ଥିଲେ। ପୁଅ ପ୍ରଥମ ମେହେର (୧୧) ମୁଖାଗ୍ନି ଦେଇଥିଲେ।

ତେବେ, ଜଣେ ପରେ ଜଣେ ଗତ ୨୦୧୪ ମସିହାରୁ ଏହି ମହାମାରୀ ରେ ଲୋକେ କ୍ରମାଗତ ଜୀବନ ହାରୁଥିବା ବେଳେ ଆଉ କେତେ ଜୀବନ ଗଲେ ପ୍ରଶାସନ ଚେଇଁବ ବୋଲି ଲୋକେ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି। ୨୦୧୪ ମସିହାରେ ସହର ସମସ୍ତ ପୁରୁଣା ପାଇପ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ଘୋଷଣା ପରେ ମଧ୍ୟ ଏହି କାର୍ଯ୍ୟ ଅଦ୍ୟାବଧି ସରି ନାହିଁ। ପ୍ରଦୂଷିତ ଜଳ ଯୋଗାଣ ଯୋଗୁଁ ଏହି ମହାମାରୀ ଏବେ ମଧ୍ୟ ସହର ର ପେନସନ ପଡା, କୁମ୍ଭାରପଡା, ମାୟା ବଗିଚା, ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୨୫ ରେ କୁଢ଼ କୁଢ଼ ଆବର୍ଜନା ଜମା ଓ ପାଣି ପାଇଫ ଫାଟି ନାଲ ପାଣି ପାନୀୟ ଜଳରେ ମିଶିବା ଯୋଗୁଁ ଲୋକେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଉଛନ୍ତି।