Odiapua.com

ବିଜେଡି କମ ଭୋଟ ପାଇଥିବାରୁ ଶାସକ ଦଳର ପ୍ରରୋଚନାରେ ଭୁବନେଶ୍ୱର ମଧ୍ୟର ୧୨୭ ନଂ ବୁଥରେ ରିପୋଲିଙ୍ଗ କରାଯାଉଛି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର, ୨୮/୦୪ (ଓଡ଼ିଆ ପୁଅ) : ଶାସକ ଦଳର ପ୍ରରୋଚନାରେ ପୁଣିଥରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥରେ ଭୋଟିଂ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ବୁଥରେ ବିଜେଡିର ଭୋଟିଂ କମ ହୋଇଥିବା କାରଣରୁ ପୁଣିଥରେ ଭୋଟିଂ କରାଯାଉଛି। ବିଜେଡି ବାହୁବଳ ଓ ଅର୍ଥବଳ ଲଗାଇ ଭୋଟ ହାତେଇବା ପାଇଁ ଷଡଯନ୍ତ୍ର ରଚିଛି ଯାହାକୁ ସାହାଯ୍ୟ କରୁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି। କୌଣସି ଦଳର ପ୍ରାର୍ଥୀ ମାନଙ୍କ ବିନା ଅଭିଯୋଗରେ ଏହି ବୁଥରେ ପୁନଶ୍ଚ ଭୋଟ କାହିଁକି କରାଯାଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ବୁଥରେ ପୁନଶ୍ଚ ଭୋଟିଂ କାହିଁକି କରାଯିବ ତାହାକୁ ରାଜ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିବା ପାଇଁ ଦାବି କରିଛନ୍ତି।

ବିନା କୌଣସି ଅଭିଯୋଗରେ ଭୋଟିଂ ପକ୍ରିୟା ସରିଥିବାବେଳେ ଅଯଥାରେ ପୁଣିଥରେ ଭୋଟ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ନିଷ୍ପତି କାହା ସ୍ୱାର୍ଥରେ ନେଇଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ପୁନଶ୍ଚ ଭୋଟିଂ ନିର୍ଦ୍ଦେଶକୁ ଫେରସ୍ତ ନେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ, ଭୁବନେଶ୍ୱର ମଧ୍ୟ ବିଧାନସଭା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ରଜଂନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।