ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ୨୫ ନମ୍ବର ଜୋନ ଦୈସିଂ ଅନ୍ତର୍ଗତ ଚଣ୍ଡିପଡ଼ିଆ,କାଉପୁର ଠାରେ “ଜନ ସମ୍ପର୍କ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜନପ୍ରିୟ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ଧାମନଗର ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଲା ସଭାପତି ବିଜେଡ଼ି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ହବିବ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଭଦ୍ରକ ବ୍ଲକ ସଭାପତି ବିଜେଡ଼ି ପ୍ରଫୁଲ୍ଲ ନାୟକ, ୨୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଜେନା, ଦୈସିଂ ସରପଂଚ ସୁଚିସ୍ମିତା ଜେନାଙ୍କ ସମେତ ବିଭିନ୍ନ ପଂଚାୟତ ର ସରପଂଚ ଓ ସମିତି ସଭ୍ୟ, ପୌରପାଳିକାର ପାରିଷଦ ବୃନ୍ଦ ଏବଂ ବିଜୁ ପରିବାର ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।