Odiapua.com

ବିଜେଡିର ବାହୁବଳି ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ଗୁଣ୍ଡାମାନଙ୍କୁ କେନ୍ଦ୍ରାପଡାରୁ ତୁରନ୍ତ ବାହାର କରାଯାଉ :ବିଜେପି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର, ୨୮/୦୪(ଓଡ଼ିଆ ପୁଅ): ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ୬ଟି ଲୋକସଭା ମଣ୍ଡଳୀ ଏବଂ ୪୨ଟି ବିଧାନସଭା ମଣ୍ଡଳୀରେ ବିଜେଡି ଦଳର ୯୭ ଜଣ ବାହୁବଳି ମନ୍ତ୍ରୀ ଓ ବିଧାୟକ ଆସ୍ଥାନ ପକାଇ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ଦେଶର ଆଦର୍ଶ ନିର୍ବାଚନ ଆଚରଣ ନିୟମ ବିଧି ଭାଗ ୮ ଅନୁଯାୟୀ ନିର୍ବାଚନର ୪୮ ଘଟାଂ ପୂର୍ବରୁ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି ସେମାନେ ତୁରନ୍ତ ସେହି ଅଂଚଳକୁ ଛାଡିବାକୁ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଅଚନ ଅଧିକାରୀଙ୍କୁ ଗତକାଲି ବିଜେପିର ପ୍ରତିନିଧି ମଣ୍ଡଳି ଭେଟିଥିଲେ ମଧ୍ୟ ଏହି ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ ଅଧିକାରି କିଛି ପଦକ୍ଷେପ ନେଉନାହାନ୍ତି। ବିଶେଷ କରି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପ୍ରତି ବିଧାନସଭା କ୍ଷେତ୍ରରେ ବିଜେଡିର ବାହୁବଳି ଓ କଳାଟଙ୍କାରେ ଧନୀ ବଳିୟାନ ନେତାମାନେ ପୁରା ପ୍ରଚାର ଦାୟୀତ୍ୱ ନେଉଛନ୍ତି। ନିର୍ବାଚନ ପ୍ରକିୟାକୁ ପ୍ରଭାବିତ କରି ଭୟଭିତ କରାଇବା ସହ ଟଙ୍କା ବାଂଟିବା ଭଳି ବେନିୟମ କାମ କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଏହି ବିଜେଡିର ଦଳର ନେତା ଓ କର୍ମୀମାନଙ୍କୁ କାଢିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ କେଉଁ ଅଧିକାରୀମାନଙ୍କୁ କେଉଁଠି ଦାୟୀତ୍ୱ ଦିଆଯାଇଛି ସେହି ତାଲିକା ପୂର୍ବରୁ ମଗାଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ତାହା ପ୍ରସ୍ତୁତ କରାଯାଇନାହିଁ। ତୁରନ୍ତ ବିଜେଡିର ବାହୁବଳି ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ଗୁଣ୍ଡାମାନଙ୍କୁ ନିର୍ବାଚନ ହେଉଥିବା କେନ୍ଦ୍ରପଡା ନିର୍ବାଚନ ମଣ୍ଡଳିରୁ ବାହାର କରାଯାଉ ବୋଲି ଦାବିରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି।

ବିଜେପିର ବାହାର ନେତା ଏବଂ କାର୍ଯ୍ୟକର୍ତାମାନେ ତୁରନ୍ତ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଛାଡି ସାରିଥିବାବେଳେ ବିଜେଡିର ସାରା ରାଜ୍ୟର ନେତା ମାନେ କିନ୍ତୁ ଏବେ ବି କେନ୍ଦ୍ରାପଡାରେ ଅଛନ୍ତି। ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ, ବିଜୁ ଯୁବ ବାହିନୀର ସଦସ୍ୟ ଏବଂ ଭୋଟର ଲିଷ୍ଟ ନଥିବା ଭୋଟର ମାନେ ଏହି ଅଞ୍ଚଳରରୁ କାଢିବାକୁ ବିଜେପି କାର୍ଯ୍ୟାକର୍ତମାନେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ଏବଂ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜି ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟକରି କରୁଛନ୍ତି। ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସହ ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳର ନେତା, ବାହାର କରାଯାଉନାହିଁ। ଏହି ଘଟଣା ବିଷୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସାଧାରଣ ସଂପାଦକ ଶ୍ରୀ ରଜଂନ ପଟେଲ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।